ଆମେରିକାରେ କାମ କରୁଥିବା ଭାରତୀୟଙ୍କୁ ଆଶ୍ବସ୍ତି, ବାଇ଼ଡେନ୍‌ ହଟାଇଲେ ଟ୍ରମ୍ପ୍‌ ଲଗାଇଥିବା ସବୁଜ କାର୍ଡ କଟକଣା

ସାନ୍‌ ଡିଏଗୋ (ଆମେରିକା): ଆମେରିକାରେ କାମ କରୁଥିବା ବା କାମ କରିବାକୁ ଆଶାୟୀ ଥିବା ଭାରତୀୟମାନଙ୍କ ପାଇଁ ବାଇଡେନ୍‌ ପ୍ରଶାସନ ବୁଧବାର ଏକ ବଡ଼ ଧରଣର ଆଶ୍ବସ୍ତି ଆଣିଛନ୍ତି। ଗତବର୍ଷ ଡୋନାଲ୍‌ଡ ଟ୍ରମ୍ପ୍‌ ଗ୍ରିନ୍‌କାର୍ଡଧାରୀଙ୍କ ଉପରେ ଲଗାଇଥିବା କଠୋର କଟକଣାକୁ ବାଇଡେନ୍‌ ହଟାଇଦେଇଛନ୍ତି। ଏହା ଦ୍ବାରା ବିଶେଷ କରି ଆମେରିକାରେ ସୂଚନା ଓ ପ୍ରଯୁକ୍ତି ବିଭାଗରେ କାମ କରିବା ଲାଗି ଏଚ୍‌-୧ବି ଭିସାରେ ସେଠାକୁ ଯାଇ ଦୀର୍ଘ ବର୍ଷ ଧରି କାମ କରୁଥିବା ଭାରତୀୟମାନେ ସପରିବାର ରହିବା ପାଇଁ ବିଶେଷ ସୁବିଧା ପାଇପାରିବେ। ସୂଚନା ଥାଉ କି, କୋଭିଡ୍‌ ପରିପ୍ରେକ୍ଷୀରେ ବୃତ୍ତି ହରାଇଥିବା ଲକ୍ଷ ଲକ୍ଷ ଆମେରିକୀୟଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେରିକାର ଶ୍ରମ ବଜାରକୁ କବ୍‌ଜା କରିନେଇଥିବା ପ୍ରବାସୀମାନଙ୍କ ସପରିବାର ଆମେରିକା ରହଣି ଉପରେ ପ୍ରତିବନ୍ଧ ଲଗାଇବା ଉଦ୍ଦେଶ୍ୟରେ ଟ୍ରମ୍ପ୍‌ ଏପରି କଟକଣା ଜାରି କରିଥିଲେ। ତେବେ ଏପରି ନ୍ୟାୟସଂଗତ ପ୍ରବାସୀମାନଙ୍କୁ ବାରଣ କଲେ ଆମେରିକାର ସ୍ବାର୍ଥ ସାଧନ ହେବନି ବୋଲି ବାଇଡେନ୍‌ ଦର୍ଶାଇବା ସହ ସଂପୃକ୍ତ ଗ୍ରିନ୍‌କାର୍ଡ ଜନିତ କଟକଣାକୁ ଉଠାଇ ନେଇଛନ୍ତି। ‌

ସମ୍ବନ୍ଧିତ ଖବର