ଜମ୍ମୁ-କଶ୍ମୀରର ଫୁଲୱାମାରେ କଶ୍ମୀର ପଣ୍ଡିତଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଫୁଲୱାମାରେ ହିନ୍ଦୁ ମୁସଲମାନ ଭାଇଚାରାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ଫୁଲୱାମାର ବାହିବୁଘ ଗ୍ରାମରେ ରହୁଥିବା କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ କଶ୍ମୀର ପଣ୍ଡିତଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ ମୁସଲମାନମାନେ କରିଥିଲେ।

୮୦ବର୍ଷର କନ୍ୟା ଲାଲ ନିଜ ପରିବାର ସହିତ ବାହିବୁଘରେ ରହୁଥିଲେ। ନିକଟରେ କନ୍ୟା ଲାଲଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସମ୍ପୂର୍ଣ୍ଣ ଗ୍ରାମ ଏକାଠି ହୋଇ ହିନ୍ଦୁ ରୀତିନୀତିରେ କନ୍ୟା ଲାଲଙ୍କ ଅନ୍ତିମ ସଂସ୍କାର କରିଥିଲେ। କଶ୍ମୀରରୁ ପଣ୍ଡିତ ହଟାଇ ଦିଆଯିବା ପରେ ବି କନ୍ୟାଲାଲ ଏଠାରେ ରହୁଥିଲେ। ତାଙ୍କର ସବୁ ସମ୍ପର୍କୀୟ ଓ ପଡ଼ିଶା କିନ୍ତୁ ଗାଁ ଛାଡ଼ି ଚାଲି ଯାଇଥିଲେ। ଅନେକ ଅସୁବିଧା ସତ୍ତ୍ବେ କନ୍ୟା ଲାଲ କେବେ ଗାଁ ଛାଡ଼ି ଯାଇ ନଥିଲେ।

ଗତ ଶନିବାର କନ୍ୟା ଲାଲଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କର ମୁସଲମାନ ପଡ଼ିଶା ଅନ୍ତିମ ସଂସ୍କାର କରିଥିଲେ। କେବଳ ଏତିକି ନୁହେଁ, ଗାଁର ମହିଳାମାନେ ବି ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର