ଧାର୍ମିକ ସଦ୍‌ଭାବ: କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମନ୍ଦିର-ମସ୍‌ଜିଦ ଏକାଠି

କୋଝିକୋଡ଼: କେରଳର ମାଲାପୁାମ ଜିଲ୍ଲାର କୋଟାକ୍କାଲରେ ଧାର୍ମିକ ସଦ୍‌ଭାବନାର ଏକ ନିଆରା ଉଦାହରଣ ଦେଖିବାକୁମିଳିଛି। ଦୁଇଟି ମନ୍ଦିରର ପରିଚାଳନା କମିଟି ଜଣେ ୧୮ ବର୍ଷର ବାଳିକାଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରି ଏକ ମସ୍‌ଜିଦକୁ ପ୍ରଦାନ କରିଛନ୍ତି। କୁଟିପୁରୁଥୁକ ଭଗବତୀ ମନ୍ଦିର କମିଟି ୫୦ ହଜାରରୁ ଅଧିକ ଟଙ୍କା ଦେଇଥିବା ବେଳେ ନରସିଂହ ମୋର୍ଥୀ ମନ୍ଦିର କମିଟି କର୍କଟ ରୋଗ ସହ ଲଢ଼ୁଥିବା ହାନ୍ନାଙ୍କୁ ସହାୟତା କରିବା ପାଇଁ ଆଲୁକ୍କାଲ ଜୁମା ମସଜିଦକୁ ୨୭ ହଜାର ଟଙ୍କା ପ୍ରଦାନ କରିଛି। କୋଝିକୋଡ଼ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ହାନ୍ନାଙ୍କ ପାଇଁ ମସଜିଦ କମିଟି ଏପର୍ଯ୍ୟନ୍ତ ୧.୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି।

କୁଟିପୁରୁଥୁକ ଭଗବତୀ ମନ୍ଦିର କମିଟି ସଦସ୍ୟମାନେ ମଧ୍ୟ ଏହି ସୁଯୋଗର ଉପଯୋଗ କରି ମସଜିଦ କମିଟିକୁ ହାନ୍ନାଙ୍କୁ ସହାୟତା କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ସଂଗ୍ରହ କରିବାକୁ ଉତ୍ସାହିତ କରିଛନ୍ତି। ଉଭୟ ସମ୍ପ୍ରଦାୟର ଲୋକେ ଝିଅଟିର ଜୀବନ ବଞ୍ଚାଇବା ପାଇଁ ଏଭଳି ମିଳିତ ପ୍ରୟାସ ଜାରି ରଖିଥିବାରୁ ବିଭିନ୍ନ ମହଲ ଏହାର ପ୍ରଶଂସା କରିଛନ୍ତି। ଧର୍ମ ଦ୍ବାରା ବିଭାଜିତ ନହୋଇ ଧାର୍ମିକ ସଦ୍‌ଭାବ କାଏମ ରଖିବାକୁ ଏହି ଅଞ୍ଚଳରେ ବିଭିନ୍ନ ପ୍ରୟାସ ଚାଲିଥିବାରୁ ଦେଶର ଅନ୍ୟ ଅଞ୍ଚଳ ପାଇଁ ମଧ୍ୟ ଏହା ପ୍ରେରଣାଦାୟକ ହେବ ବୋଲି ଅନେକ ମତ ଦେଇଛନ୍ତି। ମସଜିଦ କମିଟିର ସଦସ୍ୟମାନେ କହିଛନ୍ତି ଯେ ଏହି ଅଞ୍ଚଳରେ ହିନ୍ଦୁ ଭାଇମାନେ ଅନେକ ଦଶନ୍ଧି ଧରି ସମ୍ପୂର୍ଣ୍ଣ ସହଯୋଗ ଓ ସଦ୍‌ଭାବନା ରକ୍ଷା କରିଆସୁଛନ୍ତି। ।

ସମ୍ବନ୍ଧିତ ଖବର