ନୂଆଦିଲ୍ଲୀ: ଗତ ମାସରେ ହରିଦ୍ୱାରରେ ଏକ ଧର୍ମ ସଭା ଆୟୋଜନ କରି ଚର୍ଚ୍ଚାର ପରିସରକୁ ଆସିଥିବା ଧାର୍ମିକ ନେତା ଯତୀ ନରସିଂହାନନ୍ଦଙ୍କୁ ମହିଳାମାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ କରାଯାଇଛି। ଏବଂ ଯତୀ ନରସିଂହାନନ୍ଦଙ୍କ ଗିରଫଦାରୀ ସହ ଧର୍ମ ସାଂସଦ କିମ୍ବା ଧାର୍ମିକ ସଭାରେ ଘୃଣା ଭାଷଣର କୌଣସି ସଂପର୍କ ନାହିଁ ବୋଲି ଗିରଫ ହେବାର ଗୋଟିଏ ଦିନ ପରେ ପୁଲିସ ଗଣମାଧ୍ୟମକୁ କହିଛି। ଇତିମଧ୍ୟରେ ଗିରଫ ହୋଇଥିବା ଧାର୍ମିକ ନେତା ଯତୀ ନରସିଂହାନନ୍ଦଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଏଥିସହ ପୁଲିସ୍ ସ୍ପଷ୍ଟ କରିଛି ଯେ ଘୃଣା ଭାଷଣ ମାମଲାରେ ମଧ୍ୟ ଯତୀ ନରସିଂହାନନ୍ଦଙ୍କୁ ଏକ ନୋଟିସ ଜାରି କରାଯାଇଛି। ଏବଂ ସେହି ମାମଲାରେ ମଧ୍ୟ ପୁଲିସ୍ ତାଙ୍କୁ ରିମାଣ୍ଡରେ ନେବ। ତବେ, ବର୍ତ୍ତମାନ ହରିଦ୍ୱାର ଘୃଣା ଭାଷଣ ମାମଲା ପାଇଁ ନୁହେଁ, ବରଂ ମହିଳାମାନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଯତୀ ନରସିଂହାନନ୍ଦଙ୍କୁ ଗିରଫ କରାଯାଇଛି। ଘୃଣା ଭାଷଣ ମାମଲା ପାଇଁ ମଧ୍ୟ ତାଙ୍କୁ ରିମାଣ୍ଡରେ ନିଆଯିବ। ସେଥିପାଇଁ ପ୍ରକ୍ରିୟା ଚାଲିଛି। ରିମାଣ୍ଡ ଆବେଦନରେ ଆମେ ଘୃଣା ଭାଷଣ ମାମଲା ବିବରଣୀ ମଧ୍ୟ ଅନ୍ତର୍ଭୁକ୍ତ କରିବୁ ବୋଲି ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ନରସିଂହାନନ୍ଦଙ୍କ ବିରୋଧରେ ବର୍ତ୍ତମାନର ମାମଲା- ଅସଦାଚରଣ ସମ୍ବନ୍ଧୀୟ- ଅନ୍ୟ ଧର୍ମର ମହିଳାମାନଙ୍କ ବିରୋଧରେ ତାଙ୍କର ଆପତ୍ତିଜନକ ଏବଂ ଅପମାନଜନକ ମନ୍ତବ୍ୟ ପାଇଁ ଚଳିତ ମାସ ପ୍ରାରମ୍ଭରେ ଦାଖଲ ହୋଇଥିବା ଅଭିଯୋଗ ଉପରେ ଆଧାରିତ। ମହିଳାମାନଙ୍କୁ ଅପମାନିତ କରିବା ଅଭିଯୋଗ ବ୍ୟତୀତ ଆଗତ ଏଫଆଇଆରରେ ଘୃଣା ଭାଷଣ ଅଭିଯୋଗକୁ ଦର୍ଶାଯାଇଛି। ତେବେ ଏହା ହରିଦ୍ୱାରର ଧର୍ମ ସଭାରେ ଘୃଣା ଭାଷଣ ସହିତ ଜଡିତ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Yati.jpg)