କୋହଳ ହେଲା କଟକଣା: ଜୁନ ୮ରୁ ଖୋଲିବ ଧାର୍ମିକସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଂ ମଲ୍

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଚମ ପାଳି ଲକଡାଉନ ଘୋଷଣା କରାଯାଇଛି । ତେବେ କେବଳ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ । କିନ୍ତୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ ଏହାକୁ ଲକଡାଉନ କୁହା ନଯାଇ ଏହାକୁ ‘ଅନଲକ-୧’ କୁହାଯାଉଛି । କାରଣ ଏଥର ଅଧିକାଂଶ ନିୟମାବଳୀକୁ କୋହଳ କରାଯାଇଛି । ଅନଲକ-୧ରେ କେନ୍ଦ୍ର ସରକାର ଅନେକ ସ୍ଥାନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି | ଜୁନ ୧ରୁ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସମସ୍ତ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ପୁନଃ-କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଇଛି | ଜୁନ୍ ୮ ପରେ ମୁଖ୍ୟତଃ ୩ଟି କାର୍ଯ୍ୟକଳାପ ଉପ‌ରୁ କଟକଣା ହଟିଛି। ସେଗୁଡ଼ିକ ହେଲା-

୧-  ଧାର୍ମିକସ୍ଥଳୀ(ଧାର୍ମିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ବଡ଼ ସମାବେଶ ବନ୍ଦ ରହିବ ) ଏବଂ ଜନସାଧାରଣ ପୂଜାପାଠ କରୁଥିବା ସ୍ଥାନ।

୨- ହୋଟେଲ, ରେଷ୍ଟୁରାଣ୍ଟ, ଅନ୍ୟାନ୍ୟ ଆତିଥ୍ୟ ପ୍ରଦାନ କରୁଥିବା ସେବା

୩- ସପିଂ ମଲ୍

Modern Slavery in Shopping Malls: Report from Main Opposition CHP
dokuz8HABER

ଅନଲକ-୧ ଅନୁସାରେ ଜୁନ୍ ୮ରୁ ସର୍ବସାଧାରଣ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ, ଅନ୍ୟାନ୍ୟ ଆତିଥ୍ୟ ସେବା ଏବଂ ସପିଂ ମଲ୍, ଧାର୍ମିକ ସ୍ଥାନ ଏବଂ ପୂଜାପାଠ ସ୍ଥାନଗୁଡିକ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି | ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ କୋଭିଡ -୧୯ର ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କେନ୍ଦ୍ରୀୟ ମନ୍ତ୍ରାଳୟ/ ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରି ଉପରୋକ୍ତ କାର୍ଯ୍ୟକଳାପ ପାଇଁ ଏସଓପି ପ୍ରଦାନ କରିବ ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର