କଶ୍ମୀରରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ

ଶ୍ରୀନଗର: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣେ ୬୫ ବର୍ଷିୟ ଅଧ୍ୟାତ୍ମିକ ପ୍ରବାଚକଙ୍କର ଗୁରୁବାର ପ୍ରତ୍ୟୁଷରେ ଶ୍ରୀନଗର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଜମ୍ମୁ ଓ କଶ୍ମୀରରେ ଏହା ହେଉଛି କୋଭିଡ୍-୧୯ଜନିତ ପ୍ରଥମ ମୃତ୍ୟୁ ଘଟଣା ।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରର ଡାଲ୍ ଗେଟ୍ ଠାରେ ଥିବା ଚେଷ୍ଟ୍ ଡିଜିଜ୍ ହସପିଟାଲରେ ଉକ୍ତ ବ୍ୟକ୍ତିଙ୍କର ପରଲୋକ ହୋଇଯାଇଛି । ସେଠାକାର ଡାକ୍ତରମାନେ କହିଛନ୍ତି ଯେ ଆମେ ସବୁମତେ ଉଦ୍ୟମ କରିବା ସତ୍ତ୍ୱେ ସେ ହୃଦଘାତରେ ପ୍ରାଣ ହରାଇଲେ । ପୂର୍ବରୁ ସେ ମଧୁମେହ, ହାଇପରଟେନସନ୍ ଏବଂ ମେଦବହୁଳତା ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।

ଏହି ମୃତ୍ୟୁ ଘଟଣା ସତ୍ୟ ବୋଲି ଶ୍ରୀନଗର ମେୟର ଜୁନୈଦ୍ ଅଜିମ ମଟ୍ଟୁ ଟୁଇଟ୍ କରିଛନ୍ତି । ଏହାଛଡ଼ା ସେ ଲୋକମାନଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ଲୋକେ ସହଯୋଗ କରିବା ଆବଶ୍ୟକ ।

Image Source: Zee News

ଜମ୍ମୁ ଓ କଶ୍ମୀର ଫେରିବା ପୂର୍ବରୁ ସମ୍ପୃକ୍ତ ଅଧ୍ୟାତ୍ମିକ ପ୍ରବାଚକ ଦିଲ୍ଲୀ, ଉତ୍ତର ପ୍ରଦେଶ, ସାମ୍ବା, ଜମ୍ମୁ, ଶ୍ରୀନଗର ଏବଂ ସୋପୋର ଗସ୍ତ କରି ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହା ପୂର୍ବରୁ ସେ ଇଣ୍ଡୋନେସିଆ ଏବଂ ମାଲେସିଆରେ ଅନୁଷ୍ଠିତ “ତାବ୍ଲିଘି ଜମାତ୍’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଜମ୍ମୁ ଓ କଶ୍ମୀରର ୧୧ଜଣ କରୋନାଭାଇରସ୍ ଆକ୍ରାନ୍ତଙ୍କ ଗତିବିଧି ଉପରେ ଦୃଷ୍ଟି ରଖିଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଜାଣିବାକୁ ପାଇଛନ୍ତି ଯେ ସେମାନଙ୍କ ମଧ୍ୟରୁ ୫ଜଣ ସମ୍ପୃକ୍ତ ଅଧ୍ୟାତ୍ମିକ ପ୍ରବାଚକଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଶ୍ରୀନଗର ଠାରୁ ୩୦ କିଲୋମିଟର ଦୂର ବନ୍ଦିପୋର ଜିଲ୍ଲାର ବାସିନ୍ଦା । ସେମାନେ ଆକ୍ରାନ୍ତ ବୋଲି ବୁଧବାର ଦିନ ପରୀକ୍ଷା ପରେ ଜଣାପଡ଼ିଥିଲା

ସମ୍ବନ୍ଧିତ ଖବର