ଅନ୍‌ସାରୀଙ୍କ ପୁସ୍ତକରେ ମୋଦୀଙ୍କ ଉପରେ ଟିପ୍ପଣୀ

ନୂଆଦିଲ୍ଳୀ : ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ ଲିଖିତ ପୁସ୍ତକ ‘ବାଏ ମେନି ଏ ହାପି ଆକ୍ସିଡେଣ୍ଟ’ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରେ ତାଙ୍କ ରାଜ୍ୟସଭା କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଆସିଥିଲେ ଏବଂ ପାଟିତୁଣ୍ଡ ଭିତରେ ବିଲ୍‌ଗୁଡ଼ିକୁ ଗୃହୀତ କରାଇବାରେ ସେ କାହିଁକି ସହାୟତା କରୁନାହାନ୍ତି ବୋଲି କହିଥିଲେ। ‘ଆପଣଙ୍କ ଠାରୁ ଅଧିକ ଦାୟିତ୍ବ ଆଶା କରାଯାଉଛି। କିନ୍ତୁ ଆପଣ ମୋତେ ସାହାଯ୍ୟ କରୁନାହାନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଅନସାରି ଉଲ୍ଲେଖ କରିଛନ୍ତି।

ତେବେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଏ ପ୍ରକାର ଲେଖା ଉପରେ ସରକାର ପ୍ରଶ୍ନ ଉଠାଇଛନ୍ତି। ଅନସାରୀଙ୍କ ସମୟରେ ପୂର୍ବର କଂଗ୍ରେସ ସରକାର ୧୩ଟି ବିଲ୍‌କୁ ପ୍ରବଳ ହଟ୍ଟଗୋଳ ଭିତରେ ଗୃହୀତ କରାଇଥିବା ସରକାର କହିଛନ୍ତି। ଏସବୁ ବିଲ୍‌ ୨୦୦୭ରୁ ୨୦୧୪ ମଧ୍ୟରେ ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର