ଭୋପାଳ ହମିଦିଆ ହସ୍ପିଟାଲରୁ ୮୦୦ ରେମଡେସିଭିର ଡୋଜ ଚୋରି
ଭୋପାଳ: କରୋନା ମହାମାରୀ ସମୟରେ ସଞ୍ଜିବନୀ ବୋଲି କୁହାଯାଉଥିବା ରେମଡେସିଭିର ଇଂଜେକ୍ସନର ଏବେ ବଜାରରେ ଘୋର ଅଭାବ । ଏହାରି ମଧ୍ୟରେ ଭୋପାଳର ହମିଦିଆ ହସ୍ପିଟାଲରୁ ଏହି ଇଂଜେକ୍ସନର ୮୦୦ ଡୋଜ ଚୋରି ହୋଇଯାଇଥିବା ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଆସିବା ପରେ ପୁଲିସ ହସ୍ପିଟାଲରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରୁଛି । ଅନୁମାନ କରାଯାଉଛି କି ମେଡିକାଲ କର୍ମଚାରୀ ଏହି ଚୋରିରେ ସଂପୃକ୍ତ ଅଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦାବି କରିଛନ୍ତି କି ରାଜ୍ୟକୁ ଏପର୍ଯ୍ୟନ୍ତ ୪୨ ହଜାର ରେମଡେସିଭିର ଇଂଜେକ୍ସନ ଯୋଗାଇ ଦିଆଯାଇଛି । ଏହାସହ ଆଜି ୯,୭୮୮ ଡୋଜ ରାଜ୍ୟକୁ ଆସୁଛି । ଅନ୍ୟପଟେ ୫୦ ହଜାର ଇଂଜେକ୍ସନ ପାଇଁ ଅଗ୍ରୀମ ଦିଆଯାଇଛି । ଯାହାକି ୩ ଦିନ ମଧ୍ୟରେ ରାଜ୍ୟକୁ ଆସିଯିବ । ହେଲେ ଇଂଜେକ୍ସନର ଏତେ ଅଭାବ ଭିତରେ ୮ ଶହ ଡୋଜ କିଭଳି ଚୋରି ହୋଇଗଲା । ତାହା ପୁଣି ମେଡିକାଲ ଭିତରୁ ତାହାକୁ ନେଇ ପ୍ରଶ୍ନ ଉଠିଛି ।
ରାଜ୍ୟ ସରକାର ରାଜ୍ୟର ଥିବା ମେଡିକାଲଗୁଡିକରେ ସ୍ୱାସ୍ଥ୍ୟସେବା ବିସ୍ତାର କରାଯାଇଥିବା ନେଇ ଦାବି କରିଛି । ରାଜ୍ୟ ମେଡିକାଲଗୁଡିକରେ ବେଡ ସଂଖ୍ୟା ଲଗାତର ଭାବେ ବୃଦ୍ଧି କରାଯାଉଛି । ଏହାରି ମଧ୍ୟରେ ସରକାରୀ ଓ ଘରୋଇ ମେଡିକାଲରେ କୋଭିଡ ସଂକ୍ରମିତଙ୍କ ପାଇଁ ୪୦.୨୭୬ ଶଯ୍ୟା ପ୍ରସ୍ତୁତ କରାଯାଇ ସାରିଲାଣି ।
ଗୋଟେ ପଟେ ଇଂଜେକ୍ସନ ଅଭାବରୁ ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ହନ୍ତସନ୍ତ ହେଉଛନ୍ତି । ବଜାରରେ ଇଂଜେକ୍ସନ ନ ମିଳିବାରୁ ବହୁ ଅଧିକ ମୂଲ୍ୟରେ କଳାବଜାରୀମାନଙ୍କଠାରୁ କିଣୁଛନ୍ତି । ଏଭଳି ସମୟରେ କିଛି ଟଙ୍କା ଲୋଭରେ ୮୦୦ ଇଂଜେକ୍ସନ ଚୋରି କରିଥିବା ଚୋର ଓ ତାଙ୍କୁ ସହଯୋଗ କରିଥିବା ଲୋକମାନଙ୍କୁ କଠିନ ଦଣ୍ଡ ଦେବାକୁ ଦାବି ହେଉଛି ।