କୋଭିଡ୍–୧୯ର ଉପଚାର ପାଇଁ ଏକ ସମ୍ଭାବ୍ୟ ଔଷଧ ‘ରେମ୍‌ଡେସିଭିର୍’ ପ୍ରସ୍ତୁତ କରିବ ଭାରତୀୟ କମ୍ପାନି

ନୂଆଦିଲ୍ଲୀ : ମହାମାରୀ କୋଭିଡ୍–୧୯ର ଉପଚାର ପାଇଁ ଏକ ସମ୍ଭାବ୍ୟ ଫଳପ୍ରଦ ଔଷଧ ଭାବେ ବିବେଚନା କରାଯାଉଥିବା ‘ରେମ୍‌ଡେସିଭିର’ର ପ୍ରସ୍ତୁତି କରିବା ପାଇଁ ଭାରତୀୟ ଔଷଧ କମ୍ପାନି ଜୁବିଲାଣ୍ଟ୍ ଲାଇଫ୍ ସାଇନ୍ସେସକୁ ଅନୁମତି ମିଳିଛିା ଏହି ଔଷଧ ପ୍ରସ୍ତୁତିର ସ୍ବତ୍ବାଧିକାର ହାସଲ କରିଥିବା ଆମେରିକାର ଭେଷଜ ନିର୍ମାତା ଜିଲିଆଡ୍ ସାଇନ୍ସେସ ସହ ଏ ସଂକ୍ରାନ୍ତରେ ରାଜିନାମା ସ୍ବାକ୍ଷର ହୋଇଛି ବୋଲି ଜୁବିଲାଣ୍ଟ୍ କମ୍ପାନିର ଅଧ୍ୟକ୍ଷ ଶ୍ୟାମ ଏସ୍‌ ଭାଟିଆ ସୂଚନା ଦେଇଛନ୍ତିା ଏହାଦ୍ବାରା ଜୁବିଲାଣ୍ଟ୍ କମ୍ପାନି ମୂଳ କମ୍ପାନି ଜିଲିଆଡରୁ ଆବଶ୍ୟକ ଜ୍ଞାନକୌଶଳ ହାସଲ କରି ବିପୁଳ ସଂଖ୍ୟାରେ’ରେମ୍‌ଡେସିଭିର’ ପ୍ରସ୍ତୁତି କରିବା ସହ ଭାରତ ସମେତ ୧୨୭ଟି ଦେଶରେ ଏହାର ବିକ୍ରିବଟା କରିପାରିବ ବୋଲି କୁହାଯାଇଛିା

ବର୍ତ୍ତମାନ ନୈଦାନିକ ପରୀକ୍ଷଣରେ ରହିଥିବା ଉକ୍ତ ଔଷଧର ଫଳାଫଳକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଉଛି ଏବଂ ପରେ ସଂପୃକ୍ତ ଦେଶରୁ ଏହାର ଉପଯୋଗ ପାଇଁ ଅନୁମୋଦନ ମିଳିବା ପରେ ସେଠାରେ ‘ରେମ୍ଡେସିଭିର’ର ବଜାର ପ୍ରବେଶ କରାଯିବ ବୋଲି ଶ୍ରୀ ଭାଟିଆ କହିଛନ୍ତିା ସେହିପରି ଏହି ଦାମୀ ଔଷଧର ଦରକୁ କମାଇବା ଉେଦ୍ଦଶ୍ୟରେ ଏଥିରେ ବିନିଯୋଗ ହେଉଥିବା ମୁଖ୍ୟ ଉପାଦାନଗୁଡି଼କର ପ୍ରସ୍ତୁତି ମଧ୍ୟ ଆମ ଦେଶରେ କରାଇବାକୁ ମନସ୍ଥ କରିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର