ଭୁଲରେ ବି ମୋବାଇଲରେ ରଖନ୍ତୁ ନାହିଁ ଏହି ୭ଟି ଆପ, ଆଖି ପିଛୁଳାକେ ଗାଏବ ହୋଇଯିବ ଜମା ଟଙ୍କା !

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଇଣ୍ଟରନେଟ ମାଧ୍ୟମରେ ଠକେଇ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏହି ପ୍ରକାର ଠକେଇର ଶିକାର ହୋଇ ଅଧିକାଂଶ ଲୋକ ତାଙ୍କର ଜମା ଟଙ୍କା ହରାଇଥାନ୍ତି | ଆପଣ ଯଦି କୌଣସି କମ୍ପାନିର ନମ୍ବର ବାବଦରେ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଥାନ୍ତି ସେତେବେଳେ ନମ୍ବର ଦେଖିବା ପରେ ଆପଣ ଏହାକୁ ଡାଏଲ୍ କରନ୍ତି | କିନ୍ତୁ ପ୍ରାୟତଃ ଗୁଗୁଲରେ ଖୋଜାଯାଇଥିବା କଷ୍ଟମର କେୟାର ନମ୍ବରର ପ୍ରଥମ ରେଜଲ୍ଟ ନକଲି ହୋଇଥାଏ | ପ୍ରଥମେ ଦେଖିବାକୁ ମିଳିଥିବା ନମ୍ବର ସ୍କାମରଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଏହି ନମ୍ବରରେ ଫୋନ୍ କରିବାର କିଛି ସମୟ ପରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ |

ଆଉ କଷ୍ଟମର କେୟାର ଠକେଇର ସବୁଠାରୁ ବଡ ଅସ୍ତ୍ର ହେଉଛି ରିମୋଟ୍ କଣ୍ଟ୍ରୋଲ୍ ଆପ୍। ଏହି ଠକମାନେ ମୋବାଇଲ୍ ବ୍ୟବହାରକାରୀଙ୍କୁ ନିଜ ଆଣ୍ଡ୍ରଏଡ୍ ଫୋନରେ ରିମୋଟ ଡେସ୍କଟପ୍ ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟ କରନ୍ତି | ଏହି ସାଇବର ଠକମାନେ ଲୋକଙ୍କୁ ମେସେଜ ମାଧ୍ୟମରେ ଏକ ଲିଙ୍କ୍ ପଠାନ୍ତି ଏବଂ ରିମୋଟ୍ ଆକ୍ସେସ୍ ସହିତ ଏକ ଆପ୍ ଡାଉନଲୋଡ୍ କରିବାକୁ କହନ୍ତି |

ଏହି ଆପଗୁଡିକ ହେଉଛି

1. TeamViewer QuickSupport
2. Microsoft Remote desktop
3. AnyDesk Remote Control
4. AirDroid: Remote access and File
5. AirMirror: Remote support and Remote control devices
6. Chrome Remote Desktop
7. Splashtop Personal- Remote Desktop

ଯେତେବେଳେ କୌଣସି ବ୍ୟକ୍ତି ରିମୋଟ ଆପ ଡାଉନଲୋଡ଼ କରନ୍ତି, ସେତେବେଳେ ଫୋନର ସମସ୍ତ ନିୟନ୍ତ୍ରଣ ସାଇବର ଠକଙ୍କ ହାତକୁ ଚାଲିଯାଏ | ସ୍କାମରମାନେ ଫୋନରେ ସ୍କ୍ରିନ୍ ରେକର୍ଡିଂ ଆରମ୍ଭ କରନ୍ତି | ଏହା ପରେ, ୟୁପିଆଇ ଲଗଇନ୍ ସମୟରେ, ସେମାନେ ଫୋନରେ ଆସିଥିବା ଓଟିପି ଜାଣନ୍ତି | ଆଉ ଓଟିପି ଜାଣି ଆକାଉଣ୍ଟରୁ ଟଙ୍କା ଗାଏବ କରିନିଅନ୍ତି | ସୂଚନା ଥାଉ କି କୌଣସି ରିମୋଟ୍ ନିୟନ୍ତ୍ରିତ ଆପ, ମାଲୱେର୍ ଆପ୍ ହୋଇ ନଥାଏ | ଏହି ଆପଗୁଡିକ ବହୁତ ଉପଯୋଗୀ ହୋଇଥାନ୍ତି, କିନ୍ତୁ ଯେତେବେଳେ ଏହାର ଅପବ୍ୟବହାର ହୁଏ, ଉପଭୋକ୍ତା ବହୁତ କ୍ଷତି ଭୋଗନ୍ତି |

ସମ୍ବନ୍ଧିତ ଖବର