ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପଛରେ ଥିବା ମୁଖ୍ୟ କାରଣର ଖୁଲାସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପଛରେ କି ମୁଖ୍ୟ କାରଣ ରହିଛି ତାହାର ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ ଏହା ଖୁବ୍ ଭଲଭାବେ ବିଚାରବିମର୍ଶ କରାଯାଇ ନିଆଯାଇଥିବା ପଦକ୍ଷେପ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଆଦୌ ତରବରିଆ ଭାବେ ନିଆଯାଇନାହିଁ ବରଂ ଭାବି ଚିନ୍ତି ନିଆଯାଇଛି ।

ଏହା ଜମ୍ମୁ-କାଶ୍ମୀରର ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୩୭୦ ଉଚ୍ଛେଦ ପରେ ରାଜ୍ୟର ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ବିକାଶକୁ ଗତି ମିଳିବ । ବିଶେଷ କରି ଏଠାରେ କୃଷି, ପର୍ଯ୍ୟଟନ,ଆଇଟି ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ ଘଟିବ । ଦେଶର ଆୟ ବି ବୃଦ୍ଧି ପାଇବ ବୋଲି ମୋଦୀ ଆଶା ପ୍ରକାଶ କରିଛନ୍ତି ।

अलगाववाद, आतंकवाद, परिवारवाद ने घाटी का सिर्फ नुकसान किया
photo-oneindia

ସେ କହିଛନ୍ତି ଯେ ୩୭୦ ଧାରାକୁ ପାକିସ୍ତାନ ଏକ ଅସ୍ତ୍ରଭାବେ ବ୍ୟବହାର କରୁଥିବା ହେତୁ ଏହାର ଉଚ୍ଛେଦ ଜରୁରୀ ଥିଲା

ସମ୍ବନ୍ଧିତ ଖବର