ପୁଣି ବିଜେପି ନେତାଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ: ୪ ବର୍ଷର ପୁତୁରା ମୃତ, ପରିବାରର ୭ ଆହତ

ରଜୌରୀ: ଗୁରୁବାର ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ବିଜେପି ନେତା ଯଶବୀର ସିଂହଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ। ଏହି ଆକ୍ରମଣରେ ତାଙ୍କର ୪ ବର୍ଷର ପୁତୁରାର ମୃତ୍ୟୁ ହୋଇଛି । ଏହାସହ ପରିବାରର ୭ଜଣ ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ଛାତ ଉପରେ ଥିବାବେଳେ ଅତଙ୍କବାଦୀମାନେ ଦୂରରୁ ଗ୍ରେନେଡ୍ ଫିଙ୍ଗିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ନାବାଳକର ମୃତ୍ୟୁ ହୋଇଥିଲା । ଏହା ‌ପରେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଏହି ଘଟଣା ପରେ ରଜୌରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବନ୍ଦ ଘୋଷଣା କରାଯାଇଛି ।

Grenade attack on BJP leader's house in Jammu and Kashmir's Rajouri, minor killed | India News | Zee News
Zee News

ସୂଚନା ମୁତାବକ, ଜମ୍ମୁ-କଶ୍ମୀରରେ କିଛି ଦିନ ହେବ ବିଜେପି ନେତାଙ୍କୁ ଟାଗେର୍ଟ କରାଯାଉଛି । ରଜୌରୀ ଘଟଣା ପୂର୍ବରୁ ଅନନ୍ତନାଗ ଅଂଚଳରେ ବିଜେପି ନେତା ଗୁଲାମ ରସୁଲଙ୍କୁ ହତ୍ୟା କରାଯାଇଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ବିଭିନ୍ନ ସ୍ଥନରେ ଆକ୍ରମଣ କରୁଛନ୍ତି । ଗୁରୁବାର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ରାଜପଥ ଓ କୁଲଗାଓଁରେ ସୁରକ୍ଷାବଳକୁ ଟାର୍ଗେଟ କରିଥିଲେ । ଫଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର