୨୫ଟି ସ୍ଥାନର ହେବ ନାମ ପରିବର୍ତ୍ତନ, କେନ୍ଦ୍ରସରକାର ଦେଲେ ସବୁଜ ସଙ୍କେତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ ବର୍ଷରେ ସର୍ବନିମ୍ନ ୨୫ ନଗର ଓ ଗାଁର ନାମ ବଦଳାଇବାର ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି । ଏଥିରେ ପଶ୍ଚିମବଙ୍ଗର ନାମ ବି ସାମିଲ ଅଛି ।

ପ୍ରକାଶିକ ରିପୋର୍ଟ ମୁତାବକ, ଯେଉଁ ଅଞ୍ଚଳର ନାମ ବଦଳାଯାଇଛି ତାହା ସୂଚୀରେ ଉତ୍ତର ପ୍ରଦେଶର ଇଲାହାବାଦ ଓ ଫୈଜାବାଦ ଅଛି । ଆଉ କେତେକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଅନୁମତି ପାଇବା ଅପେକ୍ଷାରେ । ଏଥିରେ ପଶ୍ଚିମବଙ୍ଗର ନାମ ‘ବାଙ୍ଗଲା’ କରିବାର ମଧ୍ୟ ପ୍ରସ୍ତାବ ଅଛି ।

ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଗତ ଏକ ବର୍ଷରେ ଦେଶର ବିଭିନ୍ନ ଭାଗରେ ୨୫ଟି ନଗର ଓ ଗାଁର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବକୁ ସହମତି ଦେଇଛନ୍ତି । ଇଲାହାବାଦର ନାମ ପ୍ରୟାଗରାଜ ଓ ଫୈଜାବାଦର ନାମ ଅଯୋଧ୍ୟା କରିବାର ପ୍ରସ୍ତାବ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସରକାର ମନ୍ତ୍ରାଳୟକୁ ପଠାଇ ନାହାଁନ୍ତି ।

ଅନୁମୋଦିତ ନାମ ପରିବର୍ତ୍ତନର ପ୍ରସ୍ତାବ ମଧ୍ୟରୁ : ଆନ୍ଧ୍ରପ୍ରଦେଶର ରାଜାମୁନ୍ଦରୀର ନାମ ରାଜା ମହେନ୍ଦ୍ରବର୍ମନ, ଆଉଟର ହ୍ଵିଲର ଆଇଲାଣ୍ଡର ନାମ ଏପିଜେ ଅବଦୁଲ୍‌ କଲାମ୍‌ ଦ୍ୱୀପଳ କେରଳର ମାଲାପ୍ପୁରା ଜିଲ୍ଲା ଅରିକ୍କୋଡକୁ ଅରିକୋଡ୍‌, ହରିୟାଣାର ପିଣ୍ଡାରୀକୁ ପାଣ୍ଡୁ ପିଣ୍ଡାରା, ନାଗାଲାଣ୍ଡରେ ସନଫୁରର ନାମ ସାମଫୁରେ କରିବାର ପ୍ରସ୍ତାବ ସାମିଲ ଅଛି । ଏହା ବ୍ୟତୀତ ଆହୁରି ଅନେକ ସହର ରହିଛି ଯାହାର ନାମ ବଦଳାଇବାର ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର