ମୋଦିଙ୍କ ବିରୋଧରେ ସ୍ୱାଧୀକାର ନୋଟିସ୍‌ ଆଣିବେ ରେଣୁକା

ନୂଆଦିଲ୍ଲୀ:  ରାଜ୍ୟସଭାରେ ଗତକାଲି  କଂଗ୍ରେସ ସାଂସଦ ରେଣୁକା ଚୌଧୁରୀଙ୍କ ଜୋର୍‌ଦାର ହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୋକ୍ଷରେ ରାମାୟଣ ସିରିଏଲ୍‌ର ସୁର୍ପଣଖାର ହସ ସହିତ ତୁଳନା କରିବାରୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ଦଳ ଦାବି କରିଛି। ବରିଷ୍ଠ ମହିଳା ସାଂସଦଙ୍କୁ ମୋଦି ଅପମାନିତ କରିଛନ୍ତି ବୋଲି କଂଗ୍ରେସ  ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରେଣୁକା ସ୍ୱାଧୀକାର ନୋଟିସ୍‌ ଆଣିବେ ବୋଲି  କହିଛନ୍ତି। ଏହି ମାମଲାରେ ଅନ୍ୟ ବିରୋଧୀ ଦଳଗୁଡ଼ିକର ସମର୍ଥନ ହାସଲ ପାଇଁ କଂଗ୍ରେସ ପ୍ରୟାସ ଆରମ୍ଭ କରିଛି। ଅନ୍ୟପକ୍ଷରେ ଦଳର ପ୍ରବକ୍ତା ତହସିନ୍‌ ପୁନାଓ୍ଵାଲା  ରେଣୁକା ଦଳ ପାଇଁ ବଡ଼ ବୋଝ ବୋଲି କହି ଅଡ଼ୁଆ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର