ପାର୍ଟିରେ ସାମିଲ ହୋଇ ଖୁବମଜାମସ୍ତି କରିବା ପରେ ପ୍ରଶଂସକଙ୍କୁ ହତ୍ୟା କରିଥିଲେ ସୁପରଷ୍ଟାର୍

ନୂଆଦିଲ୍ଲୀ: କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପାଙ୍କୁ ଗତ ସପ୍ତାହରେ ଜଣେ ପ୍ରଶଂସକଙ୍କୁ ହତ୍ୟା କରିଥିବା ଅପରାଧରେ ପୁଲିସ ଗିରଫ କରିଛି। ମୃତ ପ୍ରଶଂସକଙ୍କ ନାମ ରେଣୁକା ସ୍ବାମୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ କନ୍ନଡ ଇଣ୍ଡଷ୍ଟ୍ରିର ଷ୍ଟାର୍ ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ଼ାଙ୍କୁ ରେଣୁକା ସ୍ବାମୀ ଆପତ୍ତିଜନକ ମେସେଜ ପଠାଇଥିଲେ। ଏହି ସାମାନ୍ୟ ଘଟଣାକୁ ନେଇ ଦର୍ଶନ ତାଙ୍କ ପ୍ରେମିକା ପବିତ୍ରା ଓ କିଛି ସହଯୋଗୀଙ୍କ ସହ ମିଶି ରେଣୁକା ସ୍ବାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

ତେବେ ଏଭଳି ଏକ ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପା ଏକ ପାର୍ଟିରେ ସାମିଲ ହୋଇ ଖୁବ ମଜାମସ୍ତି କରିଥିଲେ। ଏହି ପାର୍ଟିରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ହାସ୍ୟାଭିନେତ‌ା ଚିକ୍କନ୍ନା ବି ଉପସ୍ଥିତ ଥିଲେ। ପୁଲିସ ଉକ୍ତ ହାସ୍ୟାଭିନେତାଙ୍କୁ ବି ନୋଟିସ ଜାରି କରି ପଚରାଉଚରା ପାଇଁ ଡକାଇଛି। ପାର୍ଟି କରିବା ପରେ ଦର୍ଶନ ଅଭିନେତ୍ରୀ ପବିତ୍ରା ଓ କିଛି ସହଯୋଗୀଙ୍କ ସହିତ ଯାଇ  ପ୍ରଶଂସକ ରେଣୁକା ସ୍ବାମୀଙ୍କୁ ଖୁବ ମାଡ଼ ମାରିବା ସହିତ ତାଙ୍କ ଜୀବନ ନେଇ ଯାଇଥିଲେ।

ରେଣୁକା ସ୍ବାମୀ ବ୍ୟବଚ୍ଛେଦ ରିପୋର୍ଟ ବି ସାମ୍ନାକୁ ଆସିଯାଇଛି। ଯେଉଁଥିରେ ରେଣୁକା ସ୍ବାମୀଙ୍କୁ ହତ୍ୟା ପୂର୍ବରୁ ବିଦ୍ୟୁତ ଆଘ‌ାତ ସହିତ ଗରମ ଲୁହା ଚେଙ୍କ ଦିଆଯାଇଥିଲା। ଏଥିସହିତ ତାଙ୍କ ଜିଭ ଓ ନାକ କାଟି ଦିଆଯିବା ସହିତ ଶରୀର ଅନେକ ହାଡ଼ ବି ଭାଙ୍ଗି ଦିଆଯାଇଥିବା ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର