ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହେଲା କୃଷି ଆଇନ ଉଛେଦ ବିଲ 

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହୋଇଛି ୩ କୃଷି ଆଇନ ଉଛେଦ ବିଲ | କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଣିଥିବାବେଳେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି | ବାଚନିକ ଭୋଟରେ ବିଲ ପାରିତ ନେଇ ବାଚସ୍ପତି ଘୋଷଣା କରିଛନ୍ତି | ସୂଚନା ଥାଉ କି ବିଲ ସମ୍ପର୍କରେ ଚର୍ଚ୍ଚା ପାଇଁ ବିରୋଧୀ ଦଳ ଦାବି କରିଥିଲେ |

କଂଗ୍ରେସ ସହ ତୃଣମୂଳ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଚର୍ଚ୍ଚା ପାଇଁ ଦାବି କରିଥିଲେ | ଚର୍ଚ୍ଚା ଆବେଦନ ଅଗ୍ରାହ୍ୟ ହେବାରୁ ବିରୋଧୀ ହୋହଲା କରିଥିଲେ | ତେବେ ଏହା ପରେ ବାଚସ୍ପତି ଅପରାହ୍ନ ଦିନ ୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି |

ସୂଚନା ଥାଉ କି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।

ସମ୍ବନ୍ଧିତ ଖବର