ଲକ୍ଷ୍ନୌ: ଉଭୟ ଗୋରଖପୁର ଓ ଫୁଲପୁର ଆସନରେ ସମାଜବାଦୀ ପାର୍ଟିର ବିଜୟ ହେବା ପରେ ୟୁପି ରାଜନୀତିରେ ୨୫ ବର୍ଷ ତଳର ଇତିହାସର ପୁନରାବୃତ୍ତି ଘଟିଛି। ୧୯୯୩ ମସିହାରେ ବିଜପିର ବର୍ଦ୍ଧିତ ପତିଆରାକୁ ଆଖି ଆଗରେ ରଖି ବିଧାନସଭା ନିର୍ବାଚନ ପାଇଁ ତତ୍କାଳୀନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମୁଲାୟମ ସିଂ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କାଂଶୀରାମ ମିଳିତଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଆଜି ବି ଅନୁରୂପ ଘଟଣା ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟିର ମାୟାବତୀଙ୍କ ମଧ୍ୟରେ ଉପ ନିର୍ବାଚନ ମେଣ୍ଟ ବିଜେପି ଗଡ଼ରେ ସମାଜବାଦୀ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସଫଳ ହୋଇଛି। ଏହା ସହିତ ୧୯୯୧ ମସିହାରୁ ବିଜେପି ହାତରେ ଥିବା ଗୋରଖପୁର ଆସନ ୨୫ବର୍ଷ ପରେ ବିଜେପି ହରାଇଛି। ସେପଟେ ପ୍ରଥମ ଥର ପାଇଁ ଗୋରଖପୁରରେ ସମାଜବାଦୀ ପାର୍ଟିର ବିଜୟ ୟୁପି ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିିଛି। ୧୯୯୧ରୁ ୧୯୯୮ ମସିହା ଯାଏଁ ବିଜେପିର ମହନ୍ତ ଅବୈଦ୍ୟନାଥ ଗୋରଖପୁର ଲୋକସଭା ସାଂସଦ ଭାବେ ରହିଥିବା ବେଳେ ୧୯୯୮ରୁ ୨୦୧୭ ଯାଏଁ ଯୋଗୀ ଆଦିତ୍ୟନାଥ ଏହି ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଥିଲେ। ସେପଟେ ଆହ୍ଲାବାଦର ଫୁଲପୁର ନିର୍ବାଚନ ମଣ୍ଡଳୀରେ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପିର ବିଜୟ ହୋଇଥିବା ବେଳେ ଏଥର ସମାଜବାଦୀ ପାର୍ଟି ହାତକୁ ଚାଲିଯାଇଛି। ଉଲ୍ଲେଖଯୋଗ୍ୟ , ୨୦୦୯ ମସିହାରେ ବହୁଜନ ସମାଜବାଦୀ ପାର୍ଟି ଏହି ଆସନରେ ବିଜୟୀ ହୋଇଥିଲା। ସ୍ୱାଧୀନତା ପରଠାରୁ ଏହି ଆସନରେ ଅର୍ଦ୍ଧାଧିକ ନିର୍ବାଚନରେ କଂଗ୍ରେସର ବିଜୟ ହୋଇଥିବାରୁ ଏଥର ମଧ୍ୟ ଦଳଇତିହାସ ଦୋହରାଇବ ବୋଲି ଆଶାବାନ୍ଧିଥିଲା। କିନ୍ତୁ ଉଭୟ ଗୋରଖପୁର ଓ ଫୁଲପୁରରେ କଂଗ୍ରେସ ନିଜର ସତ୍ତା ହରାଇ ବସିଛି। ପ୍ରାର୍ଥୀମାନେ ଅମାନତ ହରାଇଥିବା ବେଳେ କଂଗ୍ରେସ ସଂଗଠନର ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି।
ସାମାଜିକ ନ୍ୟାୟର ବିଜୟ
/sambad/media/post_attachments/wp-content/uploads/2018/03/akhilesh.jpg) ଉତ୍ତରପ୍ରଦେଶର ଉଭୟ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ ଐତିହାସିକ ଏବଂ ଏହା ସମାଜିକ ନ୍ୟାୟର ବିଜୟ ବୋଲି ସପା ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକଙ୍କ କ୍ରୋଧ ଏଭଳି ସ୍ଥିତିରେ ଥିବା ବେଳେ ଦେଶବ୍ୟାପୀ ଲୋକଙ୍କ କ୍ରୋଧ କିଭଳି ଥିବ ଏଥିରୁ ଅନୁମାନ କରାଯିବା ଆବଶ୍ୟକ ବୋଲି ଅଖିଳେଶ କହିଛନ୍ତି। କୁଶାସନ ବିରୋଧରେ ଏହି ବିଶାଳ ବିଜୟ ହୋଇଥିବାରୁ ଆଗକୁ ଲଢ଼େଇ ଜୋର୍ଦାର ହେବ ବୋଲି ଅଖିଳେଶ କହିଛନ୍ତି। ବିଜୟ ପାଇଁ ବିଏସ୍୍ପି ସୁପ୍ରିମୋ ମାୟାବତୀଙ୍କୁ ଅଖିଳେଶ ଧନ୍ୟବାଦ ଜଣାଇଛନ୍ତି।
ଉତ୍ତରପ୍ରଦେଶର ଉଭୟ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ ଐତିହାସିକ ଏବଂ ଏହା ସମାଜିକ ନ୍ୟାୟର ବିଜୟ ବୋଲି ସପା ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକଙ୍କ କ୍ରୋଧ ଏଭଳି ସ୍ଥିତିରେ ଥିବା ବେଳେ ଦେଶବ୍ୟାପୀ ଲୋକଙ୍କ କ୍ରୋଧ କିଭଳି ଥିବ ଏଥିରୁ ଅନୁମାନ କରାଯିବା ଆବଶ୍ୟକ ବୋଲି ଅଖିଳେଶ କହିଛନ୍ତି। କୁଶାସନ ବିରୋଧରେ ଏହି ବିଶାଳ ବିଜୟ ହୋଇଥିବାରୁ ଆଗକୁ ଲଢ଼େଇ ଜୋର୍ଦାର ହେବ ବୋଲି ଅଖିଳେଶ କହିଛନ୍ତି। ବିଜୟ ପାଇଁ ବିଏସ୍୍ପି ସୁପ୍ରିମୋ ମାୟାବତୀଙ୍କୁ ଅଖିଳେଶ ଧନ୍ୟବାଦ ଜଣାଇଛନ୍ତି।
ଲାଲୁଙ୍କୁ ଶେଷ କରିବାକୁ ଚାହୁଥିବା ଲୋକଙ୍କୁ ଜବାବ ମିଳିଛି
/sambad/media/post_attachments/wp-content/uploads/2018/03/tejaswi.jpg) ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟର ସଫଳତା ଏବଂ ବିହାରରେ ଦଳର ସଫଳତାରେ ଉତ୍ଫୁଲ୍ଲିତ ଆରଜେଡି ନେତା ତେଜସ୍ୱୀ ଯାଦବ ଜାତୀୟସ୍ତରରେ ମହାମେଣ୍ଟ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ବିରୋଧୀ ଦଳ ନେତାମାନେ ସେମାନଙ୍କ ଅହଙ୍କାର ଛାଡ଼ି ଏକାଠି ହେବାକୁ ତେଜସ୍ୱୀ କହିଛନ୍ତି। ୟୁପି ଓ ବିହାରରୁ ଆରମ୍ଭ ହୋଇଥିବା ଏହି ବିଜୟ ପର୍ବ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ। ବିରୋଧୀ ଦଳର ଏହି ବିଜୟ ପରେ ମୋଦି ସରକାର ହତୋତ୍ସାହିତ ହୋଇ ସିବିଆଇ ଓ ଇଡିକୁ ବ୍ୟବହାର କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୋଲି ତେଜସ୍ୱୀ କହିଛନ୍ତି। ପିତା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ରାଜନୈତିକ ମୃତ୍ୟୁ ଘଟାଇବାକୁ ଚାହୁଥିବା ଲୋକଙ୍କୁ ଏହି ନିର୍ବାଚନରେ କଡ଼ା ଜବାବ ମିଳିଛି ବୋଲି ତେଜସ୍ୱୀ କହିଛନ୍ତି।
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟର ସଫଳତା ଏବଂ ବିହାରରେ ଦଳର ସଫଳତାରେ ଉତ୍ଫୁଲ୍ଲିତ ଆରଜେଡି ନେତା ତେଜସ୍ୱୀ ଯାଦବ ଜାତୀୟସ୍ତରରେ ମହାମେଣ୍ଟ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ବିରୋଧୀ ଦଳ ନେତାମାନେ ସେମାନଙ୍କ ଅହଙ୍କାର ଛାଡ଼ି ଏକାଠି ହେବାକୁ ତେଜସ୍ୱୀ କହିଛନ୍ତି। ୟୁପି ଓ ବିହାରରୁ ଆରମ୍ଭ ହୋଇଥିବା ଏହି ବିଜୟ ପର୍ବ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ। ବିରୋଧୀ ଦଳର ଏହି ବିଜୟ ପରେ ମୋଦି ସରକାର ହତୋତ୍ସାହିତ ହୋଇ ସିବିଆଇ ଓ ଇଡିକୁ ବ୍ୟବହାର କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୋଲି ତେଜସ୍ୱୀ କହିଛନ୍ତି। ପିତା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ରାଜନୈତିକ ମୃତ୍ୟୁ ଘଟାଇବାକୁ ଚାହୁଥିବା ଲୋକଙ୍କୁ ଏହି ନିର୍ବାଚନରେ କଡ଼ା ଜବାବ ମିଳିଛି ବୋଲି ତେଜସ୍ୱୀ କହିଛନ୍ତି।
ଏହା ଆମ ପାଇଁ ଶିକ୍ଷା
/sambad/media/post_attachments/wp-content/uploads/2018/03/yogi-adityanath-bjp-up-cm.jpg.image_.784.410-300x157.jpg) ନିର୍ବାଚନ ଫଳ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ରାଜ୍ୟରେ ବିକାଶର ଗତିରୋଧ କରିବା ପାଇଁ ସପା-ବସପା ମଧ୍ୟରେ ଅନୈତିକ ମେଣ୍ଟ ହୋଇଛି। ତେବେ ଏହାର ପ୍ରତିହତ କରିବା ପାଇଁ ଆମେ ବିହୀତ ପଦକ୍ଷେପ ନେବୁ ଏବଂ ନୂଆ ରଣନୀତିରେ ଦଳ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଏହି ମେଣ୍ଟକୁ ବିଜେପି ଆଦୌ ଗୁରୁତ୍ୱର ସହ ନେଇନଥିଲା ଏବଂ ମାତ୍ରାଧିକ ବିଶ୍ୱାସ ଆମ ପାଇଁ ପରାଜୟର କାରଣ ହେଲା ବୋଲି ଯୋଗୀ କହିଛନ୍ତି। ତେବେ ଲୋକଙ୍କ ରାୟକୁ ଆମେ ସମ୍ମାନର ସହ ଗ୍ରହଣ କରୁଛି। ଏହି ଜନାଦେଶ ଦଳ ପାଇଁ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିବାରୁ ଆମେ ନିଜର ଦୁର୍ବଳତା ସଂପର୍କରେ ବଚାରମନ୍ଥନ କରିବୁ ବୋଲି ସେ କହିଛନ୍ତି। ବିଜୟୀ ପ୍ରାର୍ଥୀମାନଙ୍କୁ ଯୋଗୀ ଅଭିନନ୍ଦନ ଜଣାଇଛନ୍ତି।
ନିର୍ବାଚନ ଫଳ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ରାଜ୍ୟରେ ବିକାଶର ଗତିରୋଧ କରିବା ପାଇଁ ସପା-ବସପା ମଧ୍ୟରେ ଅନୈତିକ ମେଣ୍ଟ ହୋଇଛି। ତେବେ ଏହାର ପ୍ରତିହତ କରିବା ପାଇଁ ଆମେ ବିହୀତ ପଦକ୍ଷେପ ନେବୁ ଏବଂ ନୂଆ ରଣନୀତିରେ ଦଳ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଏହି ମେଣ୍ଟକୁ ବିଜେପି ଆଦୌ ଗୁରୁତ୍ୱର ସହ ନେଇନଥିଲା ଏବଂ ମାତ୍ରାଧିକ ବିଶ୍ୱାସ ଆମ ପାଇଁ ପରାଜୟର କାରଣ ହେଲା ବୋଲି ଯୋଗୀ କହିଛନ୍ତି। ତେବେ ଲୋକଙ୍କ ରାୟକୁ ଆମେ ସମ୍ମାନର ସହ ଗ୍ରହଣ କରୁଛି। ଏହି ଜନାଦେଶ ଦଳ ପାଇଁ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିବାରୁ ଆମେ ନିଜର ଦୁର୍ବଳତା ସଂପର୍କରେ ବଚାରମନ୍ଥନ କରିବୁ ବୋଲି ସେ କହିଛନ୍ତି। ବିଜୟୀ ପ୍ରାର୍ଥୀମାନଙ୍କୁ ଯୋଗୀ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/SAMAJWADIPARTYjpg.jpg)
