ନୂଆଦିଲ୍ଳୀ: ମହାରାଷ୍ଟ୍ରର ଜଣେ ପୂର୍ବତନ ବରିଷ୍ଠ ନେତା ପରାମର୍ଶ ଦେଇଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍ଏସ୍ଏସ୍) ପ୍ରଧାନମନ୍ତ୍ରୀ ମୋଦିଙ୍କ ବଦଳରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିବା ଉଚିତ। ଯଦି ଭାରତୀୟ ଜନତା ପାର୍ଟି(ବିଜେପି) ୨୦୧୯ର ସାଧାରଣ ନିର୍ବାଚନ ଜିତିବାର ଇଚ୍ଛା ରଖିଛି ତ ଏପରି କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ମେଟ୍ରୋ ରେଳ ପାଇଁ ଥାନେ ଓ ପୁଣେର ଶିଳାନ୍ୟାସ ସମେତ ଆହୁରି କେତେକ ସିରିଜ୍ ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ର ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କ ପ୍ୟାନେଲ୍ ବସନ୍ତରାଓ ନାୟକ ସେଟୀ ସ୍ୱାବଲମ୍ବନ ମିସନ୍ (ଭିଏନ୍ଏସ୍ଏସ୍ଏମ୍)ର ଅଧ୍ୟକ୍ଷ କିଶୋର ତିଓ୍ଵାରି ଏପରି ମନ୍ତବ୍ୟ ଦେଇଛନ୍ତି।
ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗତ୍ ଏବଂ ସାଧାରଣ ସଚିବ ଭାଇୟାଜୀ ସୁରେଶ ଜୋଶୀଙ୍କୁ ଲେଖିଥିବା ପତ୍ରରେ ସେ କହିଛନ୍ତି କି ‘ରାଜସ୍ଥାନ, ଛିତଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ହାରିବାର କାରଣ ହେଉଛିନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ ପରି ଜଣେ ଅହଂକାରୀ ନେତାଙ୍କ ପାଇଁ ହିଁ ଏପରି ଘଟିଛି। ବିମୁଦ୍ରାକରଣ, ସାମଗ୍ରୀ ଓ ସେବା କର(ଜିଏସ୍ଟି) ଏବଂ ତୈଳ ଦର ବୃଦ୍ଧି ପରି ନିଷ୍ପତ୍ତି ବିଜେପିର ଚାହିଦା ଲୋକଙ୍କ ନିକଟରେ କମାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/modi-vs-gadkari.1545132234.jpg)