ଜୟପୁର:ଆଇଏଏସ୍ ଟିନା ଡାବି ଓ ତାଙ୍କର ଆଇଏଏସ୍ ଭଉଣୀ ରିଆ ଡାବି ଦେଶର ଚର୍ଚ୍ଚିତ ଅଧିକାରୀଙ୍କ ମଧ୍ୟରୁ ଅନ୍ୟତମ। ଏହି ଦୁଇ ଭଉଣୀ କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଟିନା ଡାବି ନିଜର ଦ୍ବିତୀୟ ବିବାହକୁ ନେଇ ବେଶ୍ କିଛି ଦିନ ଚର୍ଚ୍ଚାରେ ରହିବା ପରେ ଏବେ ନିଜ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
View this post on Instagram
କିଛି ମାସ ତଳେ ସେ ତାଙ୍କର ପ୍ରଥମ ପିଲାର ମାଆ ବନିବାକୁ ଯାଉଥିବା କଥା ଜଣାଇଥିଲେ। ଏବେ ତାଙ୍କ ଭଉଣୀ ରିଆ, ଟିନା ଡାବିଙ୍କ 'ବେବି ସାୱାର' ଫଟୋ ସେୟାର କରିଥିବା ଦେଖାଯାଇଛି। ରାଜସ୍ଥାନରେ ଆଇଏଏସ୍ ଟିନାଙ୍କ 'ବେବି ସାୱାର' କରାଯାଇଥିବା ବେଳେ ରିଆ ନିଜ ସ୍ବାମୀ ଆଇପିଏସ୍ ମନୀଷ କୁମାରଙ୍କ ସହ 'ବେବି ସାୱାର'ରେ ଯୋଗ ଦେଇଥିବା ଫଟୋରେ ଦେଖିବାକୁ ମିଳିଛି। ଖୁସିର ମୂହୁର୍ତ୍ତ ସବୁ ଇନଷ୍ଟାରେ ଫଟୋ ମାଧ୍ୟମରେ ନିଜ ଫଲୋୟର୍ସଙ୍କ ସହ ସେୟାର କରି ରିଆ ଲେଖିଛନ୍ତି, “ଭଲପାଇବା, କିରଣ ଏବଂ ହସ। ଟିନାଙ୍କ 'ବେବି ସାୱାର'।"
View this post on Instagram
ମାତୃତ୍ବ ଛୁଟି ପୂର୍ବରୁ ଜୈସଲମେରରେ ରହି କରିଥିବା ସବୁ କାମର କିଛି ଫଟୋ ସେୟାର କରି ଟିନା ଲେଖିଥିଲ, "ଜୈସଲମେର…ଗୋଟିଏ ବର୍ଷ ପାଇଁ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଭାବରେ ଏଭଳି ସୁନ୍ଦର ଜିଲ୍ଲା ପାଇଁ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଆଜି ଜୈସଲମେରରୁ ଜ୍ଞାନର ଗନ୍ତାଘର ନେଇ ଚାଲିଯାଉଛି, ଯାହାକୁ ମୁଁ ସବୁଦିନ ସମ୍ଭାଳି ରଖିବି। ଏଠାରେ କାମ କରିବାର ଅନୁଭବ ମୋର ବହୁତ ଭଲ ଥିଲା। ମୁଁ ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି।"