ମସ୍କୋ: ୱାସିଂଟନ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ରୁଷରେ ଗିରଫ କରାଯାଇଛି। ଉକ୍ତ ସାମ୍ବାଦିକ ଆମେରିକା ସରକାରଙ୍କ ସ୍ୱାର୍ଥରେ ଗୁପ୍ତଚର ବୃତ୍ତିରେ ନିୟୋଜିତ ଥିବା ନେଇ ଅନେକ ପ୍ରମାଣ ମିଳିଛି ବୋଲି ରୁଷ୍ ସୁରକ୍ଷା ସଂସ୍ଥା ଏଫ୍ଏସ୍ବି କହିଛି। ଆମେରିକୀୟ ନାଗରିକ ଇଭାନ ଗେର୍ସକୋଭିଚ୍(୩୧) ରୁଷ୍ର ବିଭିନ୍ନ ଗୋପନୀୟ ତଥ୍ୟ ସଂଗ୍ରହ କରିବା ଏବଂ ଏହାକୁ ଆମେରିକାର ଗୁଇନ୍ଦା ଅଧିକାରୀଙ୍କୁ ଦେଉଥିବା ସଂପର୍କିତ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ରୁଷର ସାମରିକ-ଶିଳ୍ପାଞ୍ଚଳର ଏକ ଉଦ୍ୟୋଗ ଉପରେ ନିକଟରେ ସେ ସୂଚନା ସଂଗ୍ରହ କରିଥିଲେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ରେ ଯୋଗଦେବା ପୂର୍ବରୁ ଇଭାନ୍ ମସ୍କୋରେ ଏଏଫ୍ପି ଏବଂ ‘ମସ୍କୋ ଟାଇମ୍ସ’ ପାଇଁ ମଧ୍ୟ କାମ କରୁଥିଲେ।
ଗୁପ୍ତଚରଗିରି ଅଭିଯୋଗରେ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ରିପୋର୍ଟର ଗିରଫ
/sambad/media/post_attachments/wp-content/uploads/2023/03/564sf65h4sf65hfshfshfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)