ମୃତ ବ୍ୟକ୍ତିଙ୍କଠାରୁ ବାଇଟ୍‌ ଆଣିବା କଥା କହି ଟ୍ରୋଲ ହେଲେ ସାମ୍ବାଦିକା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : କଥା କହିବା ସମୟରେ ଅନେକ ଥର ଲୋକଙ୍କ ପାଟିରୁ ଗୋଟେ ଗୋଟେ କଥା ଖସି ଯାଇଥାଏ । ଯାହା ପାଇଁ ପରେ ସେମାନଙ୍କୁ ନିଜ କଥା ପାଇଁ ପଶ୍ଚାତାପ କରିବାକୁ ପଡ଼ିଥାଏ । ଠିକ୍‌ ସେଭଳି କିଛି ଘଟିଛି ଆମେରିକାର ଜଣେ ସାମ୍ବାଦିକାଙ୍କ ସହ । ତାଙ୍କର ଏକ ପୁରୁଣା ଭିଡିଓ ଟୁଇଟ୍‌ରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୃତ ବ୍ୟକ୍ତିଙ୍କଠାରୁ ବାଇଟ୍‌ ଆଣିବା କଥା କହୁଥିବା ଦେଖାଯାଇଛି ।

ସୂଚନା ମୁତାବକ, ବର୍ଷକ ତଳେ ସାମ୍ବାଦିକା ସାରା ଲସ୍‌ ଆଞ୍ଜେଲସ୍‌ରୁ ଚ୍ୟାନେଲ କେଟିଏଲ୍‌ଏ ପାଇଁ ରିପୋଟିଂ କରିବାକୁ ଯାଇଥିଲେ । ଲାଇଭ୍‌ ରିପୋଟିଂ କରୁଥିବା ସମୟରେ ତାଙ୍କ ପାଟିରୁ କିଛି ଏଭଳି କଥା ବାହାରି ଯାଇଥିଲା, ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା । ରିପୋଟିଂ ସମୟରେ କ୍ୟାମେରା ଆଗରେ, ଆମେ ମୃତ ବ୍ୟକ୍ତିଙ୍କୁ ବାଇଟ୍‌ ଦେବା ପାଇଁ କହିଥିଲୁ । କିନ୍ତୁ ସେ ବାଇଟ୍‌ ଦେବା ପାଇଁ ଅନୁପସ୍ଥିତ ଥିଲେ ବୋଲି କହିଥିଲେ ସାରା । କହିବା ସମୟରେ ସେ କ’ଣ କହୁଛନ୍ତି ତାଙ୍କୁ ଜଣା ନଥିବା ବେଳେ ଏବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓକୁ ସାମ୍ବାଦିକ ୟାସିର୍‌ ଅଲ୍ଲୀ ନିଜ ଟୁଇଟ୍‌ର ଆକାଉଣ୍ଟରୁ ଟୁଇଟ୍‌ କରିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର