ଲାହୋର: ପାକିସ୍ତାନୀ ଗଣମାଧ୍ୟମର ମଜାଦାର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସିଥାଏ | କେତେବେଳେ ସିଧା ପ୍ରସାରଣ ବେଳେ ନ୍ୟୂଜ ଆଙ୍କର ଓ ଅତିଥିଙ୍କ ମଧ୍ୟରେ ଗାଳିଗୁଲଜ ହେଉଥିବାର ଭିଡିଓ ତ କେବେ ପୁଣି ଜୋତାମାଡ଼ର ଭିଡିଓ ସାମ୍ନାକୁ ଆସିଥାଏ | ତେବେ ଏଥର ପାକିସ୍ତାନର ଜଣେ ମହିଳା ସାମ୍ବାଦିକଙ୍କ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଲାଇଭ ସମୟରେ ସେ ଜଣେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି |
ଜଣେ ମହିଳା ସାମ୍ବାଦିକ ଯୁବକଙ୍କୁ ଚାପୁଡ଼ା ମାରିବା ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପାକିସ୍ତାନୀ ମହିଳା ସାମ୍ବାଦିକ ଏକ ସହରରେ ଲାଇଭ ରିପୋର୍ଟିଂ କରୁଥିଲେ | ତେବେ ପିଟିସି ଦେବା ସମୟରେ ଅନେକ ଲୋକଙ୍କ ଭିଡ ଜମିଥିଲା | ଆଉ ଘଟଣା ବାବଦରେ କହୁଥିବାବେଳେ ସାମ୍ବାଦିକା ଜଣକ ଉତକ୍ଷିପ୍ତ ହୋଇ ପାଖରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ |
????????? pic.twitter.com/Vlojdq3bYO
— مومنہ (@ItxMeKarma) July 11, 2022
ତେବେ ଭିଡିଓ ଭାଇରାଲ ହେବା ପରେ ଅନେକ ପ୍ରଶ୍ନ କରିଛନ୍ତି ଯେ ବାସ୍ତବରେ ସାମ୍ବାଦିକା ଜଣକ କାହିଁକି ମାଡ଼ ମାରୁଛନ୍ତି | ଆଉ କିଛି ୟୁଜର୍ସ ଲେଖିଛନ୍ତି ଯେ ସାମ୍ବାଦିକା ଜଣକ ପିଟିସି ଦେଉଥିବାବେଳେ ଏହି ଯୁବକ ଜଣକ ତାଙ୍କୁ ଅଶାଳୀନ ଇଙ୍ଗିତ କରିଥିଲେ | ଆଉ ଏଥିରେ ଖପ୍ପା ହୋଇ ସେ ଚାପୁଡ଼ାଟିଏ କଷି ଦେଇଥିଲେ |