ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ପୁଣିଥରେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଅଶୋକ ପାଣ୍ଡେ ନାମକ ଜଣେ ସାମ୍ବାଦିକ ସଲମାନ୍ଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି। ଆଇପିସିର ଧାରା ୩୨୩ , ୩୯୨ ଏବଂ ୫୦୬ ଅଧୀନରେ ସଲମାନଙ୍କ ବିରୋଧରେ ଏବେ ଅନ୍ଧେରି କୋର୍ଟରେ ମାମଲା ରୁଜୁ ହୋଇଛି। ସଲମାନ ଏପ୍ରିଲ ୨୪ ତାରିଖରେ ସାଇକେଲ ଚଲାଉଥିବା ବେଳେ ସାମ୍ବାଦିକ ପାଣ୍ଡେ ଏହାର ଭିଡିଓ ରେକର୍ଡିଂ କରିଥିଲେ। ଏଥିରେ ସଲମାନ୍ ହଠାତ୍ ରାଗିଯିବାରୁ ତାଙ୍କ ସୁରକ୍ଷାକର୍ମୀମାନେ ପାଣ୍ଡେଙ୍କୁ ଟଣାଓଟରା କରି ମାଡ଼ପିଟ କରିଥିଲେ। ଏପରିକି ସଲମାନ୍ ମଧ୍ୟ ପାଣ୍ଡେଙ୍କୁ ଟଣା ଓଟରା କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଜଣଙ୍କ ପ୍ରଥମେ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ସଲମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପାଣ୍ଡେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସଲମାନ୍ଙ୍କ ବିରୋଧରେ ସାମ୍ବାଦିକଙ୍କ ଆକ୍ରମଣ ଅଭିଯୋଗ
/sambad/media/post_attachments/wp-content/uploads/2019/06/salman_khan_social1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)