ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହନିଟ୍ରାପରେ ଭାରତୀୟ ସେନା ଅଧିକାରୀ ଫସିଥିବା ଖବରକୁ ଖଣ୍ଡନ କରିଛି ଭାରତୀୟ ସେନା । ଉକ୍ତ ସେନା ଅଧିକାରୀଙ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସ ଓ କାଉଣ୍ଟର ଇଣ୍ଟେଲିଜେନ୍ସ ପକ୍ଷରୁ ପଚରାଉଚୁରା କରାଯାଉଥିବା ଖବର ସତ କିନ୍ତୁ ସେ ଯେ ଆଇଏସଆଇ ଦ୍ୱାରା ପ୍ରଲୋଭିତ ହୋଇ ଗୁପ୍ତ ସାମରିକ ସୂଚନା ପ୍ରଦାନ କରିଛନ୍ତି ତାହା ଗୁଜବ ଛଡା ଅଧିକ କିଛି ନୁହେଁ ବୋଲି ସେନା କହିଛି ।

Advertisment

। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମିଲିଟାରୀ ଇଣ୍ଟେଲିଜେନ୍ସ ଓ କାଉଣ୍ଟର ଇଣ୍ଟେଲିଜେନ୍ସ ପକ୍ଷରୁ ଉକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ପଚରା ଉଚୁରା କରାଯାଉଛି ଓ ତାଙ୍କ ଅଫିସର ଯାଞ୍ଚ କରାଯାଉଛି । କିନ୍ତୁ କେଉଁ କାରଣ ପାଇଁ ଏହି ତଦନ୍ତ କରାଯାଉଛି ଓ ତଦନ୍ତର ଫଳାଫଳ କଣ ତାହା ଉପଯୁକ୍ତ ସମୟରେ ଜଣାଇଦିଆଯିବ । କିନ୍ତୁ ଆଇଏସଆଇ ଦ୍ୱାରା ହନିଟ୍ରାପ, ଅର୍ଥ କାରବାର ଓ ଗୁପ୍ତ ସୂଚନା ହସ୍ତାନ୍ତର ଆଦି ଖବର କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି ସେ କହିଛନ୍ତି ।

ଗତକାଲି ଖବର ଆସିଥିଲା ଯେ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ର‍୍ୟାଙ୍କର ଜଣେ ଅଧିକାରୀଙ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସ ବା ସେନା ଗୁଇନ୍ଦା ପକ୍ଷରୁ ମଧ୍ୟପ୍ରଦେଶର ଜବଲପୁରଠାରେ ଅଟକ ରଖି ପଚରାଉଚୁରା କରାଯାଉଛି । ଆଇଏସଆଇର ହନିଟ୍ରାପରେ ସେ ପ୍ରଭାବିତ ହୋଇଥିବା ସେନା ସଂଦେହ କରୁଛି । ଏଥିଲାଗି ତାଙ୍କ ଉପରେ ଗତ କିଛି ଦିନ ଧରି ନଜର ରଖାଯାଇଥିଲା । ଏବେ ସେ ଆର୍ମି ବେସ ଓ୍ଵାର୍କସପ୍‌ରେ କାର୍ଯ୍ୟରତ ଅଛନ୍ତି ।