ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର ( ପିଓକେ)ରେ ଥିବା ଆତଙ୍କବାଦୀ ଲଞ୍ଚ୍ପ୍ୟାଡ୍ ଉପରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ବିମାନ ଆକ୍ରମଣ କରାଯାଇଥିବା ଖବର ସତ୍ୟ ନୁହେଁ । ପିଓକେରେ ବାୟୁସେନା ପକ୍ଷରୁ ଏକ ‘ପିନ୍ପଏଣ୍ଟ୍’ ଏୟାରଷ୍ଟ୍ରାଇକ କରାଯାଇଛି ବୋଲି ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ମାତ୍ର ଏହି ରିପୋର୍ଟ ଠିକ ନୁହେଁ ବୋଲି କହିଛନ୍ତି ଭାରତୀୟ ସେନାର ମହାନିର୍ଦ୍ଦେଶକ (ମିଲିଟାରି ଅପରେସନ) ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ। ସେ କହିଛନ୍ତି, ପାକ୍ ଅଧିକୃତ କଶ୍ମୀରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ନେଇ ଯେଉଁ ଖବର ଆସିଛି ତାହା ମିଥ୍ୟା।
Reports of Indian Army's action in Pakistan-occupied Kashmir (PoK) across the Line of Control are fake: Indian Army Director General of Military Operations Lt Gen Paramjit Singh
(file photo) pic.twitter.com/uHlULDWydh— ANI (@ANI) November 19, 2020
ପିଟିଆଇ ପକ୍ଷରୁ ଖବର ଜାରି କରାଯାଇଥିଲା କି ଆଜି ପିଓକେରେ ଥିବା ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିର ବା ଲଞ୍ଚପ୍ୟାଡକୁ ହିଁ ଟାଗେର୍ଟ କରି ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି । ବାୟୁସେନା ବିମାନ କେବଳ ମାତ୍ର ସେହି ଲଞ୍ଚପ୍ୟାଡଗୁଡ଼ିକ ଉପରେ ‘ପିନ୍ପଏଣ୍ଟ୍’ ଆକ୍ରମଣ କରି ସେଗୁଡ଼ିକୁ ଧ୍ବଂସ କରିଛନ୍ତି । ମାତ୍ର ଏହି ଖବର ତଥ୍ୟଭିତ୍ତିକ ନୁହେଁ ବୋଲି ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂଙ୍କ ବୟାନ ଆସିବା ପରେ ସ୍ପଷ୍ଟ ହୋଇଛି।