ଚଳିତ ବର୍ଷର ପରମ ବିଶିଷ୍ଟ ସେବା ମେଡାଲ ପାଇବେ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନଜନକ ପରମ ବିଶିଷ୍ଟ ସେବା ମେଡାଲ୍‌ ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ ପାଇବେ। ଆସନ୍ତା ଜାନୁଆରି ୨୬ ତାରଖରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜେନେରାଲ ରାଓ୍ଵତ୍‌ଙ୍କୁ ଏହି ମେଡାଲ ପ୍ରଦାନ ପୂର୍ବକ ସମମାନିତ କରାଯିବ। ନିଜ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତଙ୍କୁ ଚଳିତ ବର୍ଷର ସମ୍ମାନଜନକ ପରମ ବିଶିଷ୍ଟ ସେବା ମେଡାଲ୍‌ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଭାରତୀୟ ସେନା ବାହିନୀରେ ନିଜର ଦକ୍ଷତା ପ୍ରଦର୍ଶନ ପୂର୍ବକ ଭାରତ- ପାକ୍‌ ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବାରେ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସହ ଭାରତ- ଚୀନ୍‌ ସୀମାନ୍ତରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା କ୍ଷେତ୍ରରେ ନିଜର ପାରଦର୍ଶତା ପ୍ରମାଣିତ କରିପାରି ଥିବାରୁ ସେନାମୁଖ୍ୟ ଜେନେରାଲ ରାଓ୍ଵତଙ୍କୁ ଏହି ସମ୍ମାନଜନକ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଉଥିବା ଜାଣିବା ପାଇଁ ମିଳିଛି।

ସମ୍ବନ୍ଧିତ ଖବର