ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ୨ଜଣ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୭୫ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଚାରିଆଡେ ପ୍ରସ୍ତୁତି ଚାଲିଥିବା ବେଳେ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ପରିଚୟ ବିଜୟ(୨୫) ଓ ଅଞ୍ଜିତ (୩୫) ବୋଲି ଜଣାପଡ଼ିଛି। ଗୁରୁତର ଆହତ ଯୁବକଙ୍କ ନାମ ଚକରି ଓ ବୟସ ୨୫ବର୍ଷ ।

ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସ ପାଳନ ପାଇଁ ଚାରିଆଡେ ପ୍ରସ୍ତୁତି ଚାଲିଥିଲା। ଏଥିପାଇଁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ଏସସି ବାଡାରେ ବି କିଛି ଯୁବକମାନେ ମିଶି ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିଲେ।

ଏହି ସମୟରେ ବିଜୟ ଓ ଅଞ୍ଜିତ ଅସାବଧାନତାବଶତଃ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ଫଳରେ ଦୁହିଁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତେବେ ବିଜୟ ଓ ଅଞ୍ଜିତଙ୍କୁ ବଞ୍ଚାଇବାକୁ ଆସିବା ସମୟରେ ଚକରି ଗୁରୁତର ଆହତ ହୋଇଥିଲେ। ସ‌ଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଚକରିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପ‌ରେ ସେ ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର