ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କୁ ଅନୁରୋଧ କରାଯାଇଛି କି ଜାନୁଆରି ୨୬ରେ ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର ନକରି କାଗଜ କିମ୍ବା କପଡ଼ାରେ ନିର୍ମିତ ପତାକା ବ୍ୟବହାର କରନ୍ତୁ।
ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ଯେ, ପ୍ଲାଷ୍ଟିକରେ ନିର୍ମିତ ପତାକା ପ୍ରାକୃତିକ ଭାବେ ନଷ୍ଟ ହୋଇ ନ ଥାଏ। ଏହାକୁ ନଷ୍ଟ କରିବାକୁ ବହୁ ସମୟ ଲାଗିଥାଏ। ତେଣୁ ପତାକାର ସମ୍ମାନକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର କରିବା ଉଚିତ୍ ନୁହେଁ । ଏହି ଗାଇଡଲାଇନକୁ କଡାକଡି ପାଳନ କରିବାକୁ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।
Hindustan Timesତ୍ରିରଙ୍ଗା କେବଳ ଭାରତୀୟ ପତାକା ନୁହେଁ, ଏହା ଆମର ଗର୍ବ ଏବଂ ପରିଚୟ। ପବନରେ ଉଡ଼ୁଥିବା ପତାକାକୁ ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ଅଦ୍ଭୁତ ଖୁସି ଦେଖିବାକୁ ମିଳିଥାଏ। ଏହା ପ୍ରତ୍ୟେକ ଭାରତୀୟଙ୍କ ଠାରେ ପ୍ରତିଫଳିତ ହୋଇତାଏ । ତ୍ରିରଙ୍ଗା ଦେଶର ପ୍ରତ୍ୟେକ ମଣିଷର ଗର୍ବ। ତେଣୁ ସମସ୍ତେ ଆମ ପତାକାକୁ ସମ୍ମାନ କରିବା ସହିତ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Go-Plastic-Free-This-Republic-Day-Refrain-From-Using-Flags-Made-From-Non-Biodegradable-Plastic-Government_ndtv.jpg)