ନୂଆଦିଲ୍ଳୀ: ସୀମାରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଭାରତ-ପାକିସ୍ତାନ ମିଠା ଦିଆନିଆ ପ୍ରଥା ଏବର୍ଷ ବି ପାଳନ ହୋଇଛି। ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଅଟାରୀ-ୱାଘା ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସ ମିଠା ଦିଆନିଆ ହୋଇଛନ୍ତି। ଅଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ଦେଇଥିବା ସୂଚନା ରହିଛି।

Advertisment

କେବଳ ଜାନୁଆରି ୨୬ କିମ୍ବା ଅଗ‌ଷ୍ଟ ୧୫ ତାରିଖରେ ନୁହେଁ ବରଂ ପ୍ରତ୍ୟେକ ସ୍ବତନ୍ତ୍ର ପର୍ବପର୍ବାଣୀରେ ଏହି ମିଠା ଦିଆନିଆ ହୋଇଥାଏ। ଇଦ୍‌, ଦୀପାବଳି ଆଦି ଉତ୍ସବରେ ମିଠା ସହ ଉପହାର ଦିଆନିଆ ବି ହୋଇଥାଏ।

ଉଲ୍ଲେଖଯୋଗ୍ୟ, ସାରା ଦେଶ ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ସ୍ବତନ୍ତ୍ର ଦିବସ ଅବସରରେ ବିଶେଷ କରି ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏଥର ସାଧାରଣତନ୍ତ୍ର ଉତ୍ସବ ଦେଶର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ନିଆରା ମିଶ୍ରଣ ହେବ ବୋଲି ପୂର୍ବରୁ କୁହାଯାଇଥିଲା। ତାହ ଦେଖିବାକୁ ବି ମଳିଛି। ବିଭିନ୍ନ ରାଜ୍ୟର କଳା, ସଂସ୍କୃତିକୁ ପରେଡ୍‌ରେ ପ୍ରଦର୍ଶନ କରାଯାଇଛି।