ନୂଆଦିଲ୍ଳୀ: ଇଣ୍ଟେରିୟର ଡିଜାଇନର୍ ଅନ୍ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ଦର୍ଶାଇ ମୁମ୍ବାଇର ଆଲିବାଗ ପୁଲିସ ବୁଧବାର ସକାଳେ ରିପବ୍ଲିକ ଟେଲିଭିଜନର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କର ବାସଭବନରୁ ଗିରଫ କରିଛି। ଅନ୍ୟ ପକ୍ଷରେ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଟିଆରପି ଦୁର୍ନୀତର ଯାଞ୍ଚ୍ ମଧ୍ୟ ମୁମ୍ବାଇ ପୁଲିସ୍ କରୁଛି। ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ୨୦୧୮ ମସିହାରେ ଅନ୍ଭୟ ନାୟକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କ ସଂପୃକ୍ତି .ନେଇ ଅଭିଯୋଗ ଆସିଥିଲା। ଅନ୍ଭୟ ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖି ଯାଇଥିଲେ, ଯେଉଁଥିରେ ଲେଖା ଥିଲା କି ଅର୍ଣ୍ଣବ ଓ ଫିରୋଜ ଶେଖ ଏବଂ ନୀତିଶ ସାରଦା ତାଙ୍କୁ ବକେୟା ଥିବା ୫.୪୦ କୋଟି ଟଙ୍କା ଫେରାଇ ନଥିଲେ। ଯେଉଁ କାରଣରୁ ସେ ଭୀଷଣ ଆର୍ଥିକ ସମସ୍ୟା ଦେଇ ଗତି କରୁୁଥିଲେ।
୨୦୧୮ ମସିହାରେ ଆଲିବାଗ ପୁଲିସ ଏହାକୁ ନେଇ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା ​​କିନ୍ତୁ ୨୦୧୯ ମସିହାରେ ରାଇଗଡ ପୁଲିସ ଏହି ମାମଲାକୁ ବନ୍ଦ କରି ଦେଇଥିଲା। ଗତ ମେ ମାସରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ଘଟଣାର ସିଆଇଡି ତଦନ୍ତ ଘୋଷଣା କରିବା ପରେ ଅନଭୟଙ୍କ ଝିଅ ତାଙ୍କ ନିକଟକୁ ଆସି ଅଭିଯୋଗ କରିଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି କାମ ବାବଦକୁ ବକେୟା ଦେୟ ପ୍ରଦାନ ନ କରିବା ଘଟଣାର ତଦନ୍ତ ଏ ଯାଏ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ କିଛି ମାସ ତଳେ ଟିଆର୍ପି ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ପରମବୀର ସିଂହ ଟିଆର୍ପି ଦୁର୍ନୀତି ସଂକ୍ରାନ୍ତରେ କହିଥିଲେ। ଏହି ମାମଲାରେ ଅନ୍ୟ ଦୁଇଟି ଚ୍ୟାନେଲ୍ ସମେତ ରିପବ୍ଲିକ୍ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମଧ୍ୟ ସମନ୍ ପଠାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Arnab-Goswami-Arrested_Thumbnail_2.jpg)