ପାଟନା: ବିହାରର ମୋକାମା ସରକାରୀ ଆଶ୍ରୟସ୍ଥଳରୁ ଗତ ରାତିରେ ଫେରାର୍‌ ହୋଇଯାଇଥିବା ୭ ଜଣ ନାବାଳିକାଙ୍କୁ ଆଜି ଦରଭଙ୍ଗାରୁ ଉଦ୍ଧାର କରାଯାଇଛି। ଏହି ନାବାଳିକାଙ୍କ ମଧ୍ୟରେ ୪ ଜଣ ମୁଜାଫରପୁର ଆଶ୍ରୟସ୍ଥଳ ପୀଡ଼ିତା ଥିବାରୁ ମାମଲାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା ଜଣାପଡ଼ିବା ପରେ ସେଠାରୁ ସମସ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଉକ୍ତ ସରକାରୀ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ତେବେ ଗତରାତିରେ ସେଠାରୁ ୭ ନାବାଳିକା ଫେରାର୍‌ ହୋଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଦିନ ତମାମ ବ୍ୟାପକ ଖୋଜାଖୋଜି ପରେ ଫେରାର୍ ନାବାଳିକାମାନଙ୍କୁ ସନ୍ଧ୍ୟାରେ ଠାବ କରାଯାଇଛି।