ନନ୍ଦାଦେବୀରେ ଉଦ୍ଧାର କାର୍ଯ୍ୟ ଜାରି, ମିଳିଲା ୭ ପର୍ବତାରୋହୀଙ୍କ ଶବ

ଡେରାଡୁନ: ଉତ୍ତରାଖଣ୍ଡର ନନ୍ଦା ଦେବୀ ପର୍ବତରେ ନିଖୋଜ ପର୍ବାରୋହୀଙ୍କୁ ତଲାସ କରିବା ପାଇଁ ଆଟିବିପିର ଅଭିଯାନ ଜାରି ରହିଛି। ମାସକ ତଳେ ନିଖୋଜ ଥିବା ଏକ ୮ ଜଣିଆ ପର୍ବତାରୋହୀ ଟିମ୍‌ର ୭ ଜଣ ସଦସ୍ୟଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ବ୍ରିଟେନ ନାଗରିକ ଥିବା ବେଳେ ଆମେରିକାର ୨ ଜଣ, ଭାରତର ଜଣେ ଏବଂ ଅଷ୍ଟ୍ରେିଲଆର ଜଣେ ଅଛନ୍ତି। ଏଥିରେ ଜଣେ ମହିଳାଙ୍କ ଶବ ମଧ୍ୟ ରହିଛି। ୨୧ ହଜାର ଫୁଟ ଉଚ୍ଚରେ ଶବଗୁଡ଼ିକୁ ଠାବ କରାଯାଇଥିଲା। ଏହାପରେ ସେଠାରୁ ଶବଗୁଡ଼ିକୁ ୧୮ ହଜାର ଫୁଟ ଉଚ୍ଚରେ ଥିବା କ୍ୟାମ୍ପ୍‌-୩କୁ ଅଣାଯାଇଛି। ଦୀର୍ଘ ୩ ସପ୍ତାହ ଧରି ଏହି ପର୍ବତାରୋହୀ ଟିମ୍‌କୁ ଠାବ କରିବା ପାଇଁ ପ୍ରତିକୂଳ ପରିସ୍ଥିତିରେ ପ୍ରୟାସ ଜାରି ରହିଥିଲା। ଆଇଟିବିପିର ପର୍ବତାରୋହୀ ଏବଂ ସ୍ଥାନୀୟ ପର୍ବତାରୋହୀ ଏହି ଅଭିଯାନରେ ସାମିଲ ହୋଇଥିବା ବେଳେ ଭାରତୀୟ ବାୟୁସେନାର ୩ଟି ହେଲିକପ୍‌ଟର ମଧ୍ୟ ନିୟୋଜିତ ହୋଇଥିଲା। ମୃତ୍ୟୁର ଶିକାର ହୋଇଥିବା ଏହି ୮ ଜଣିଆ ଟିମ୍‌ ମେ’ ୧୩ ତାରିଖରେ ସେମାନଙ୍କ ଅଭିଯାନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର