ମେଘାଳୟ ସରକାରଙ୍କ ଅବହେଳା: କୋଇଲା ଖଣିରେ ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚି ପାରି ନାହିଁ ଓଡ଼ିଶା ଟିମ୍‌

ସିଲଂ: ମେଘାଳୟର କୋଇଳା ଖଣି ଭିତରେ ଗତ ଡିସେମ୍ବର ୧୩ ତାରିଖରୁ ଫସି ରହିଯାଇଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଠାରୁ ଭୁବନେଶ୍ୱରରୁ ଯାଇଥିବା ୨୧ ଜଣିଆ ସ୍ୱତନ୍ତ୍ର ଟିମ୍‌ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ପାରି ନାହାନ୍ତି। ମେଘାଳୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ମିଳୁ ନ ଥିବାରୁ ଉଦ୍ଧାରକାରୀ ଦଳ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯୟୀ, ଗତକାଲି ଭୁବନେଶ୍ୱରରୁ ଏକ ୨୧ ଜଣିଆ ସ୍ୱତନ୍ତ୍ର ଟିମ୍‌ ମେଘାଳୟର କୋଇଲା ଖଣିରେ ଫସି ଯାଇଥିିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ବାହାରି ଗୌହାଟୀରେ ପହଞ୍ଚିଛନ୍ତ। ସେମାେନେ ସାଙ୍ଗରେ ୧୦ଟି ହାଇ ପାଓ୍ଵାର ପମ୍ପ ସହିତ ଅନ୍ୟାନ୍ୟ ଆନୁସଷଙ୍ଗୀକ ଯନ୍ତ୍ରପାତି ମଧ୍ୟ ନେଇ ଯାଇଛନ୍ତିି ।

ଉଦ୍ଧାରକାରୀ ଦଳ ସହିତ ସ୍ଥାନୀୟ ପ୍ରଶାସନର ସମନ୍ଵୟ ଅଭାବରୁ ଏହି ଟିମ୍‌ ଶ୍ରମିକମାନେ ଫସି ରହିଥିବା ଇଷ୍ଟ ଜୋନଟିଆରେ ପହଞ୍ଚି ପାରି ନାହାଁନ୍ତି। ଗତକାଲି ସକାଳ ୧୧ଟା ୩୦ ମିନିଟରେ ଗୌହାଟୀରେ ପହଞ୍ଚିଥିବା ଓଡ଼ିଶା ଟିମ୍‌ ସନ୍ଧ୍ୟା ୫ଟା ୪୫ ମିନିଟ୍‌ ସୁଦ୍ଧା ମେଘାଳୟକୁ ଯିବା ପାଇଁ କୌଣସି ଗାଡ଼ି ପାଇ ପାରି ନ ଥିଲେ। ରାତିରେ ଏହି ଟିମ୍‌ ୨ଶହ ୨୦ କିଲୋମିଟର ପାହାଡ଼ି ରାସ୍ତାରେ ଯାତ୍ରା ଆରମ୍ଭ କରିଥଲେ ମଧ୍ୟ ଏ ନପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିବା ଜଣାଯାଇଛି। ଓଡ଼ିଶା ଟିମ୍‌ର ନେତୃତ୍ୱ ନେଉଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି ଯେ ପମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ଆମକୁ ପ୍ରଥମେ ଟ୍ରକ୍‌ ମିଳିବ ବୋଲି କୁହାଯାଇଥିଲା। ମାତ୍ର ପରେ ଯୋଜନା ପରିବର୍ତ୍ତନ କରାଯାଇ ଡମ୍ପରରେ ଏହାକୁ ନେବା ପାଇଁ କୁହାଯାଇଛି।ତେଣୁ ବିଳମ୍ବ ହୋଇଛି ବୋଲି ଶ୍ରୀ ସେଠୀ କହିଛନ୍ତି।

ସେହିପରି ଏତେ ଦୂର ଯାଇ ଘଟଣାସ୍ଥଳରୁ ୨୫ କିଲୋମିଟର ଦୂରରେ ପହଞ୍ଚିଥିବା ଓଡ଼ିଶା ଟିମ୍‌ର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବାକୁ ସେଠାରେ ମେଘାଳୟ ସରକାରଙ୍କ ପକ୍ଷରୁ କେହି ନ ଥିବାରୁ ପ୍ରଚଣ୍ଡ ଶୀତରେ ଉଦ୍ଧାରକାରୀମାନେ ହଇରାଣ ହରକତ ହୋଇଛନ୍ତି।ଏହା ସତ୍ତ୍ୱେ ଖଣିରେ ଫଶି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଓଡ଼ିଶା ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ଚାହୁଁଛି। ମାତ୍ର ଏ ପର୍ଯ୍ୟନ୍ତ ମେଘାଳୟ ସରକାରଙ୍କ ପକ୍ଷରୁ ଏହି ଟିମ୍‌କୁ ଘଟଣାସ୍ଥଳକୁଯିବା ପାଇଁ କୌଣସି ପ୍ରକାର ଯାନବାହନ ଯୋଗାଇ ଦିଆଯାଇ ନ ଥିବା ଜଣାଯାଇଛିି।ଗୁରୁତ୍ୱପୂର୍ଣ୍ଣ ହେଉଛି ମେଘାଳୟ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ଏହି ଉଦ୍ଧାରକାରୀ ଦଳ ସହିତ ସମନ୍ଵୟ ରଖୁ ନ ଥିବା ଅଧିକ ସମସ୍ୟା ସୃଷ୍ଟି ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର