ଚଣ୍ଡିଗଡ଼: ନଦୀର ସ୍ବଭାବ ସମୁଦ୍ରରେ ମିଶିବା । ମାଟିର ଛାତି ଉପରେ ସମୁଦ୍ର ଛାତିକୁ ବହିଯିବା । ନଦୀ ବିଭିନ୍ନ ସ୍ଥାନରୁ ବାହାରି ସମୁଦ୍ରରେ ମିଶେ । କିନ୍ତୁ ନଦୀ ଯେବେ ତାର କାୟା ମେଲାଇ ବିକଟାଳ ରୂପ ଧାରଣ କରେ ସେବେ ସ୍ଥଳଭାଗ ସାଜେ ଜଳମୟ । ଜଳମଗ୍ନ ପାଲଟେ ଜନବସତି ଆଉ ନଦୀର ସେ ରୌଦ୍ର ରୂପ ସମୁଦ୍ର ପରି ଦିଶେ ।
ପଞ୍ଜାବରେ ପାଣିର ପ୍ରଳୟ ଦେଖିବାକୁ ମିଳିଥିବା ବେଳେ ସତଲେଜ ନଦୀ ପାଲଟିଛି ସମୁଦ୍ର ଏବଂ ରାସ୍ତାଘାଟ ସହ ଜନଜୀବନକୁ ବୁଡାଉଛି ରାବି ନଦୀ । ସତଲେଜ, ବ୍ୟାସ, ରାବି ନଦୀର ଜଳସ୍ତର ବଢିବା କାରଣରୁ ପଞ୍ଜାବରେ ସ୍ଥିତି ଅଣାୟତ୍ତ ହୋଇଛି । ବନ୍ୟା ସ୍ଥିତି ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୮୮ ପରେ ପଞ୍ଜାବ ସବୁଠାରୁ ବଡ଼ ବନ୍ୟାର ସାମ୍ନା କରୁଛି ।
Rescue Operations & HADR Mission Continue. Indian Army Aviation, Indian Air Force and Ground Columns have evacuated more than 1600 personnel till now including 11 Officials from #Punjab#Government and 212 #Paramilitary Personnel stranded due to floods along #Chenab, #Ravi &… pic.twitter.com/yZ7zsP9utQ
— Western Command - Indian Army (@westerncomd_IA) August 28, 2025
ଆଜି ବି ପଞ୍ଜାବର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ଭୀଷଣ ବର୍ଷା ଲାଗି ରହିଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରିଛି । ବର୍ଷାକୁ ଆଖିରେ ରଖି ପଞ୍ଜାବରେ ଆସନ୍ତା ୭ ତାରିଖ ଯାଏଁ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି ।
ସେପଟେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତିରେ ୨୩ରୁ ୨୩ ଜିଲ୍ଲା ପ୍ରଭାବିତ ହୋଇଛି । ପଞ୍ଜାବକୁ ବନ୍ୟା ପ୍ରଭାବିତ ରାଜ୍ୟ ଭାବେ ଘୋଷଣା କରାଯାଇଛି । ୨୩ଟି ଜିଲ୍ଲାର ୧୬୦୦ ଗାଁ ବନ୍ୟା ପାଣିରେ ଉବୁଟୁବୁ ହେଉଛି । ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପଞ୍ଜାବରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷା ଜନିତ ବନ୍ୟା ଯୋଗୁଁ ପଞ୍ଜାବର ସାଢେ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୧.୭୫ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୧୯. ୪୭୪ ଜଣ ଲୋକଙ୍କୁ ବନ୍ୟା ପାଟିରୁ ଉଦ୍ଧାର କରାଯାଇଛି । ଡ୍ରୋନ ଜରିଆରେ ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ପହଞ୍ଚାଯାଉଛି ଏବଂ ହେଲିକପ୍ଟର ଜରିଆରେ ଉଦ୍ଧାର କାମ ଜାରି ରହିଛି ।
#WATCH | Punjab: Several parts of the state reel under flooding following heavy rainfall. Visuals from Ferozepur; relief material is being provided to the stranded people with the help of boats in Nihala Lawera village. pic.twitter.com/CRnNkealz5
— ANI (@ANI) September 3, 2025