ଉତ୍ତରକାଶୀ: ଯେଉଁଠି ପ୍ରଳୟ ଛାଡ଼ି ଯାଇଛି ପଦଚିହ୍ନ, ସେଇଠି ଚାଲିଛି ଉଦ୍ଧାରକାମ । ପ୍ରଳୟ ପରେ ଉଦ୍ଧାର ଉଦ୍ୟମକୁ ଜୋରଦାର କରିବା ସହ ପ୍ରଭାବିତଙ୍କୁ ରିଲିଫ ସାମଗ୍ରୀ ଦେଉଛନ୍ତି ଭାରତୀୟ ଯବାନ । ଉତ୍ତରକାଶୀ ଧରାଲିରେ ୨୨୫ ଜଣ ଯବାନ ନିୟୋଜିତ ଥିବା ବେଳେ ପ୍ରକୃତିର ତାଣ୍ଡବ ପରେ ଉଦ୍ଧାରକାମ ସହ ପୁନରୁଦ୍ଧାର କାମ ବି କରୁଛନ୍ତି ଯବାନମାନେ ।
ମଙ୍ଗଳବାର ସକାଳେ ବାଦଲଫଟା ବର୍ଷା ପରେ ପାହାଡ଼ ଉପରୁ ଖସି ଆସିଥିଲା ଆତଙ୍କ । ଉତ୍ତରକାଶୀର ଧରାଲି ଗାଁରେ ଦେଖିବାକୁ ମିଳିଥିଲା ଧ୍ବଂସଲୀଳା । ପ୍ରକୃତିର ତାଣ୍ଡବକୁ ୨୪ ଘଣ୍ଟା ବିତିଯାଇଛି ଓ ଚାଲିଛି ଉଦ୍ଧାର କାମ । ମାଟି ତଳେ ଫସିରହିଥିବା ଶବକୁ ଉଦ୍ଧାର କରାଯାଉଛି । ଦେଢ଼ଶହରୁ ଅଧିକ ନିଖୋଜଙ୍କୁ ଖୋଜି ବାହାର କରିଛି ଏନଡିଆରଏଫ୍, ସେନା ଓ ଆଇଟିବିପିର ମିଳିତ ଟିମ୍ ।
#WATCH | Uttarakhand: Drone visuals from ground zero, the site of Dharali cloudburst and mudslide, which has caused significant damage to houses and other buildings.
— ANI (@ANI) August 6, 2025
Search and rescue work by the Indian Army, ITBP, NDRF, SDRF and other agencies is underway. pic.twitter.com/ElghuchiWP
ଯଦି ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇବେ ତେବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏଭଳି ପ୍ରଳୟଙ୍କରୀ ଧ୍ବଂସଲୀଳା ବାରମ୍ବାର ଘଟିଛି । ବିଶେଷ କରି ଖିରୋ ଗାର୍ଡ, ହର୍ଷିଲ, ବଡ଼କୋଟ, କେଦାର ଗାଁ, ଖଲ୍ଲାଡ଼, ମାଟଲାଡ଼ ଓ କର୍ବାରୀରେ ପ୍ରାୟତଃ ଭୂସ୍ଖଳନ, ବାଦଲଫଟା ବର୍ଷା ସମସ୍ୟା ଦେଖାଯାଏ । ୧୮୩୫ ମସିହାରୁ ଲଗାତାର ଏଭଳି ଦୈବ ଦୁର୍ବିପାକ ସମ୍ମୁଖୀନ ହେଉଛି ଉତ୍ତରକାଶୀ । ୧୮୩୫ ମସିହାରୁ ବାରମ୍ବାର ଭୂସ୍ଖଳନ, ବନ୍ୟା, ବାଦଲଫଟା ବର୍ଷା ହେଇଚାଲିଛି । ୨୦୨୫ ଅଗଷ୍ଟ ୫ ପୂର୍ବରୁ ଏକାଧିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ଯେମିତି ୨୦୧୩ରେ କେଦାରନାଥ ଭୂସ୍ଖଳନ ଓ ବନ୍ୟା । ୨୦୨୧ ଋଷି ଗଙ୍ଗା ବନ୍ୟା ବେଶ୍ ଭୟାବହ ଥିଲା । ତେବେ ପ୍ରକୃତିର ତାଣ୍ଡବ ପରେ ଉଦ୍ଧାରକାମ ଚାଲିଥିବା ବେଳେ ଏବେବି ଅନେକଙ୍କ ପତ୍ତା ମିଳୁନି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।