ଭାରତରେ କରୋନାଭାଇରସ୍ ଟୀକା ଉପରେ ଗବେଷଣା ଦ୍ରୁତ ଗତିରେ ଆଗେଇ ଚାଲିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ କହିଛି ଯେ, ମାରାତ୍ମକ କରୋନାଭାଇରସ୍ ପାଇଁ ଟୀକା ଉପରେ ଭାରତରେ ଗବେଷଣା ଦ୍ରୁତ ଗତିରେ ଚାଲିଛି ଏବଂ ସରକାର ସଠିକ୍ ଦିଗରେ ଗତି କରୁଛନ୍ତି। ଦେଶର କୋଭିଡ-୧୯ ପରିସ୍ଥିତି ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଦୈନିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୨୭ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ୩୨ଜଣଙ୍କ ମୃତ୍ୟୁ ସମେତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫୧ରେ ପହଂଚିଛି | ତେବେ ପରିସ୍ଥିତିର ମୁକାବିଲା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ ଏବଂ ମାରାତ୍ମକ କରୋନାଭାଇରସ୍ ପାଇଁ ଟୀକା ବାହାର କରିବା ପାଇଁ ଗବେଷଣା ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି | |

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, “କୋଭିଡ-୧୯ର ୧,୨୦୦ରୁ ଅଧିକ ମାମଲା ସହିତ ଦେଶରେ ହଟସ୍ପଟ୍ ସଂଖ୍ୟା ବୃଦ୍ଧି ପାଇଛି। ସରକାର କ୍ଲଷ୍ଟର କଣ୍ଟେଣ୍ଟମେଣ୍ଟ କୌଶଳ ବ୍ୟବହାର କରୁଛନ୍ତି ଏବଂ ଏହି ହଟସ୍ପଟ୍ ଗୁଡିକ ଯେମିତି ସଂକ୍ରମଣ ନ ବଢ଼ାନ୍ତି ସେ ନେଇ କଡା ଅନୁସନ୍ଧାନ କରୁଛନ୍ତି | ମହାମାରୀର ମୁକାବିଲା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଥିବା ଅଗ୍ରୱାଲ କହିଛନ୍ତି ଯେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ଯଦି ଆପଣଙ୍କର କାଶ ହେଉଛି, ତେବେ ଆପଣ କେବଳ ମାସ୍କ ପିନ୍ଧି ପାରିବେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାମାଜିକ ଦୂରତା ବଜାୟ ରଖିବା।”

ସମ୍ବନ୍ଧିତ ଖବର