ପର୍ଥ: ମଙ୍ଗଳ ଗ୍ରହରେ ବୈଜ୍ଞାନିକମାନେ ଇତିହାସରେ ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ମଙ୍ଗଳ ଗ୍ରହରେ ଅତୀତରେ ପାଣି ଥିବାର ପ୍ରମାଣ ଆବିଷ୍କାର କରିଛନ୍ତି ଯାହାକୁ ସେମାନେ ଶହ ଶହ ବର୍ଷ ଧରି ଖୋଜୁଥିଲେ । ଏହି ବଡ଼ ଆବିଷ୍କାର ପରେ କୁହାଯାଉଛି ଯେ ମଙ୍ଗଳ ଗ୍ରହରେ ୪.୧ ବିଲିୟନ ବର୍ଷ ପୂର୍ବେ ଜୀବନ ଥିଲା ।
ରିପୋର୍ଟ ଅନୁସାରେ ପଶ୍ଚିମ ଅଷ୍ଟ୍ରେଲିଆର କର୍ଟିନ ବିଶ୍ବବିଦ୍ୟାଳୟର ଗବେଷକମାନେ ମଙ୍ଗଳ ଗ୍ରହରେ ପାଣିଥିବାର ସଂକେତ ପାଇଛନ୍ତି । ଏହା ଦ୍ବାରା ଅନୁମାନ କରାଯାଉଛି ଯେ ଏହି ଗ୍ରହରେ ପୂର୍ବରୁ ଜୀବନର ସତ୍ତା ଥିଲା। ଉକ୍ତ ଗବେଷକମାନେ ସାହାରା ମରୁଭୂମିରୁ ମିଳିଥିବା ଏକ ଜିରକନ ଖଣ୍ଡ (ଏକ ପ୍ରକାରର ଧାତୁ)ର ଗବେଷଣା କରି ଏହି ପ୍ରମାଣ ପାଇଛନ୍ତି । ମାରସିଆନ ମେଟେଓରିଟ ( ମଙ୍ଗଳରୁ ଆସିଥିବା ଉଲକାପିଣ୍ଡ) ମାଧ୍ୟମରେ ଏହି ଧାତୁ ସାହାରାରେ ପଡ଼ିଥିଲା । ବୈଜ୍ଞାନିକମାନଙ୍କ ଅନୁସାରେ ଏହି ଧାତୁରୁ ମିଳିଥିବା ପ୍ରମାଣ ଅନୁସାରେ ମଙ୍ଗଳରେ ଜଳ ଥିବା ଅନୁମାନ କରାଯାଉଛି । ତେବେ ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ ପ୍ରାୟ ୪.୧ ବିଲିୟନ ବର୍ଷ ପୂର୍ବରେ ମଙ୍ଗଳରେ ଜଳ ଥାଇପାରେ । ତେବେ ଉକ୍ତ ଜଳ ଉତ୍ତପ୍ତ ଅବସ୍ଥାରେ ଥିଲା । ତେବେ ଧୂମକେତୁ ମାଡ଼ ହେବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଜଳଉତ୍ସଗୁଡ଼ିକ ଶୁଖିଯାଇଥିଲା ।