କୋଭିଡ ଯୋଦ୍ଧାଙ୍କ ପିଲାଙ୍କୁ ଏମବିବିଏସରେ ପଢିବାକୁ ମିଳିବ ସଂରକ୍ଷଣ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସବୁଠାରୁ ଆଗରେ ଲଢେଇ କରୁଥିବା କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ | କେନ୍ଦ୍ର ମନ୍ତ୍ରୀଙ୍କ କହିବା ମୁତାବକ କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ | ଏହା ମୁତାବକ କରୋନା ଯୋଦ୍ଧାଙ୍କ ପିଲାମାନେ ୨୦୨୦-୨୧ ଶିକ୍ଷାବର୍ଷରେ ଏମବିବିଏସ ଏବଂ ବିଡିଏସ ସମେତ ଅନ୍ୟ ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ସଂରକ୍ଷଣର ଲାଭ ପାଇବେ |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ‘ଯେଉଁମାନେ ନିସ୍ଵାର୍ଥ ଭାବରେ ସେବା କରିଛନ୍ତି ସେହି କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଏହା କରାଯାଇଛି’ | ତଥାପି, ସରକାର ଏପର୍ଯ୍ୟନ୍ତ କୋଭିଡ ଯୋଦ୍ଧାମାନଙ୍କର ପରିଭାଷା ସ୍ପଷ୍ଟ କରିନାହାଁନ୍ତି | ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଘୋଷଣା ପୂର୍ବରୁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ କୋଭିଡ ଯୋଦ୍ଧାମାନଙ୍କର ପିଲାମାନଙ୍କ ପାଇଁ ୧୦ ପ୍ରତିଶତ କୋଟା କିମ୍ବା ସଂରକ୍ଷଣ ପ୍ରଦାନ କରିବା ସହ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କରେ ମଧ୍ୟ ରିହାତି ଦେଇଛି |

ସୂଚନା ଥାଉ କି ସରକାର ଏହି ବର୍ଷ ଏମବିବିଏସ ଓ ବିଡିଏସ ଆଡ଼ମିସନ ପାଇଁ କୋଭିଡ ଯୋଦ୍ଧାଙ୍କ ପିଲାମାନଙ୍କ ସହ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ପିଲାମାନଙ୍କୁ ମଧ୍ୟ ସଂରକ୍ଷଣ ପାଇଁ ମଞ୍ଜୁରୀ ଦେଇଛନ୍ତି |

ସମ୍ବନ୍ଧିତ ଖବର