ରିଜର୍ଭ ବ୍ୟାଙ୍କକୁ ୧୦ ହଜାର କୋଟିର ଅନ୍ତରୀଣ ଲାଭାଂଶ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କଠାରୁ ୧୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ମାଗିଛନ୍ତି। ଆର୍ଥିକ ନିଅଣ୍ଟକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ଏହି ଅର୍ଥ ମାଗିଛନ୍ତି। କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ସରକାର ରିଜର୍ଭ ବ୍ୟାଙ୍କ ଠାରୁ ଅନ୍ତରୀଣ ଲାଭାଂଶ ମାଗିଛନ୍ତି। ଟିକସ ବାବଦରେ କମ୍ ରାଜସ୍ବ ମିଳିବା ସହିତ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ମଧ୍ୟ ହାସଲ ନହେବାରୁ ସରକାର ଆର୍ଥିକ ଚାପରେ ରହିଛନ୍ତି। ତେଣୁ ରିଜର୍ଭ ବ୍ୟାଙ୍କଠାରୁ ଲାଭାଂଶ ମାଗିଛନ୍ତି। ‌ତେବେ ରିଜର୍ଭ ବ୍ୟାଙ୍କ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।

ସମ୍ବନ୍ଧିତ ଖବର