ମୁମ୍ବାଇ: ଅକ୍ଟୋବରରେ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୋଟ ୬୦ ଟନ୍ ସୁନା କିଣିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୭ ଟନ୍ ସୁନା ସହ ସବୁଠାରୁ ଆଗୁଆ ରହିଛି ବୋଲି ଗୁରୁବାର ଦିନ ବିଶ୍ୱ ସୁନା ପରିଷଦ (ଡବ୍ଲ୍ୟୁଜିସି) କହିଛି।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମାସିକ ରିପୋର୍ଟ ଆଧାରରେ ଡବ୍ଲ୍ୟୁଜିସି ତଥ୍ୟ ଅନୁଯାୟୀ, ଭାରତ ଅକ୍ଟୋବରରେ ନିଜର ସୁନା ଭଣ୍ଡାରରେ ୨୭ ଟନ୍ ବୃଦ୍ଧି କରିଛି, ଯାହା ଫଳରେ ଚଳିତ ବର୍ଷ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଏହାର ମୋଟ ସୁନା କ୍ରୟ ୭୭ ଟନ୍କୁ ବୃଦ୍ଧି ପାଇଛି।
ଭାରତର ମୋଟ ସୁନା ଭଣ୍ଡାର ଏବେ ୮୮୨ ଟନ୍ ରେ ପହଞ୍ଚିଛି । ଏହା ମଧ୍ୟରୁ ପ୍ରାୟ ୫୧୦ ଟନ୍ ଦେଶ ମଧ୍ୟରେ ରହିଥିବାବେଳେ ଅବଶିଷ୍ଟ ଦେଶ ବାହାରେ ରହିଛି । ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଅଫ ଲଣ୍ଡନରେ ଗଚ୍ଛିତ ଥିବା ଭାରତର ସୁନାର କିଛି ଅଂଶ ଫେରେଇ ଆଣିଥିଲା ।
ଗତବର୍ଷ ତୁଳନାରେ ସୁନା କ୍ରୟ ବୃଦ୍ଧି ଡବ୍ଲ୍ୟୁଜିସି କହିଛି ଯେ ଆରବିଆଇର ଏହି ସୁନା କ୍ରୟ ଗତ ବର୍ଷ ସମାନ ସମୟ ତୁଳନାରେ ପାଞ୍ଚ ଗୁଣ ବୃଦ୍ଧି ପାଇଛି। ଏହି କ୍ରୟ କୁ ମିଶାଇ ଭାରତର ମୋଟ ସୁନା ଭଣ୍ଡାର ଏବେ ୮୮୨ ଟନ୍ ରେ ପହଞ୍ଚିଛି । ଏହା ମଧ୍ୟରୁ ପ୍ରାୟ ୫୧୦ ଟନ୍ ଦେଶ ମଧ୍ୟରେ ରହିଥିବାବେଳେ ଅବଶିଷ୍ଟ ଦେଶ ବାହାରେ ରହିଛି । ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଅଫ ଲଣ୍ଡନରେ ଗଚ୍ଛିତ ଥିବା ଭାରତର ସୁନାର କିଛି ଅଂଶ ଫେରେଇ ଆଣିଥିଲା ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବିକାଶିତ ଦେଶମାନଙ୍କ ତୁଳନାରେ ବିକାଶଶୀଳ ଦେଶମାନେ ଅଧିକ ସୁନା କିଣୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2022/03/gold-2.jpg)