ନୂଆଦିଲ୍ଲୀ: ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେବାକୁ ଯାଉଛନ୍ତି। ସ‌ତରେ କ’ଣ ଇସ୍ତଫା ଦେବେ ଟ୍ରମ୍ପ୍‌? 

Advertisment

ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ରହିଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରାତିରେ ଏକ ଘୋଷଣା କରିବେ। ଯାହାକି ୱାଶିଂଟନ୍ ଏବଂ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିବ। ତାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଟ୍ରମ୍ପ୍‌ ଇସ୍ତଫା ଦେଇପାରନ୍ତି। ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ଟ୍ରମ୍ପ ଅସୁସ୍ଥ ଅଛନ୍ତି ଓ ସେ ଇସ୍ତଫା ଦେଇପାରନ୍ତି । 

ଅଗଷ୍ଟ ୨୫ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ୭୯ ବର୍ଷୀୟ ଆମେରିକା ରାଷ୍ଟ୍ରପତିଙ୍କୁ କିଛି ଦିନ ପର୍ଯ୍ୟନ୍ତ ସାଧାରଣରେ ଦେଖାଯାଇ ନଥିଲା, ଏହି ସମୟରେ ତାଙ୍କ କ୍ଷତ ହାତର ଏକ ଫଟୋ ଭାଇରାଲ ହୋଇଥିଲା। 

ଏପରିକି ସୋସିଆଲ୍‌ ମିଡିଆରେ "ଟ୍ରମ୍ପ୍ ଇଜ୍ ଡେଡ୍" ଏବଂ "ଟ୍ରମ୍ପ୍ କେଉଁଠି?" ଭଳି ହ୍ୟାସଟ୍ୟାଗ୍ ଏକ୍ସରେ ଟ୍ରେଣ୍ଡ୍ ହୋଇଥିଲା। ଏହାରି ମଧ୍ୟରେ ଟ୍ରମ୍ପ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଇସ୍ତଫା ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। 

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରାତି ଭାରତୀୟ ସମୟ ସାଢେ ୧୧ଟା ସମୟରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ରିପୋର୍ଟ ଆସିବା ପରେ ସାରା ବିଶ୍ବରେ ଉତ୍ସୁକତା ପ୍ରକାଶ ପାଇଛି । ସମସ୍ତେ ଚାହିଛନ୍ତି ଯେ ଟ୍ରମ୍ପ କଣ ଘୋଷଣା କରିବେ । ସେ ଭାରତ କିମ୍ବା ଅନ୍ୟ କୌଣସି ଦେଶ ଉପରେ ଅଧିକ ଶୁଳକ ବସାଇବେ ଅଥବା ରୁଷ ବିରୋଧରେ ଏକ ବଡ଼ ପଦକ୍ଷେପ ନେବେ ?