ପ୍ରତିରୋଧ ବାହିନୀ ଅପରାଜେୟ,ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ତାଲିବାନ ସହ ଲଢ଼ିବୁ: ଅହମ୍ମଦ ମାସୁଦ

କାବୁଲ: ଆଫଗାନିସ୍ତାନର ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ)ର ନେତା ଅହମ୍ମଦ ମାସୁଦ ଆଜି ତାଲିବାନର ପଞ୍ଜଶୀର ପ୍ରଦେଶକୁ ଦଖଲ କରିବା ଦାବିକୁ ଖଣ୍ଡନ କରିଛନ୍ତି। ତାଲିବାନ ସହିତ ଲଢ଼ୁଥିବା ପ୍ରତିରୋଧ ବାହିନୀ ସହ ଲଢ଼ି କେହି ଜିତି ପାରିବେ ନାହିଁ ବୋଲି ସେ ଦାବି କରିଛନ୍ତି।

ମାସୁଦ କହିଛନ୍ତି ଯେ, ତାଙ୍କ ଦେହରେ ଶେଷ ରକ୍ତବିନ୍ଦୁ ଥିବ‌ା ପର୍ଯ୍ୟନ୍ତ ଲଢ଼ିବେ। ପଞ୍ଜଶୀରରେ ତାଲିବାନ ସହ ଚାଲିଥିବା ଲଢ଼େଇରେ ସହଯୋଗୀ ଫାହୀମ ଦସ୍ତୀଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ତାଙ୍କ ଫେସବୁକ ପୃଷ୍ଠାରେ ପୋଷ୍ଟ କରାଯାଇଥିବା ଏକ ଅଡିଓ ବାର୍ତ୍ତାରେ ମାସୁଦ କହିଛନ୍ତି ଯେ, ପଞ୍ଜଶୀରରେ ଏବେ ବି ପ୍ରତିରୋଧ ବାହିନୀ ଉପସ୍ଥିତ ଅଛନ୍ତି ଏବଂ ତାଲିବାନ ବିରୋଧରେ ଲଢ଼େଇ ଜାରି ରଖଛନ୍ତି। ଏହା ସହ ସେ ତାଲିବାନ ବିରୋଧରେ ଲଢ଼ିବାକୁ ଆଫଗାନିସ୍ତାନର ଲୋକଙ୍କୁ ଆହ୍ବାନ ଦେଇଛନ୍ତି।

Top anti-Taliban rebel pins his hopes on France – POLITICO
POLITICO.eu

ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନେଇ ସେ କହିଛନ୍ତି ଯେ, ତାଲିବାନକୁ ତାଙ୍କ ପରିବାର ସଦସ୍ୟ ଏବଂ ସହଯୋଗୀ ଫାହୀମ ଦସ୍ତୀଙ୍କୁ ହତ୍ୟା କରିବାରେ ପାକିସ୍ତାନ ସାହାଯ୍ୟ କରିଥିଲା। ସବୁ ଦେଶ ପାକିସ୍ତାନର ସମ୍ପୃକ୍ତି ଥିବା ଜାଣି ବି ଚୁପ୍ ଅଛନ୍ତି | ପାକିସ୍ତାନ ସିଧାସଳଖ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ ବି ଅନ୍ତର୍ଜାତୀୟ ସମୁଦାୟ ଏହାକୁ ଚୁପଚାପ୍ ଦେଖିଲେ। ତାଲିବାନୀମାନେ ପାକିସ୍ତାନର ସାହାଯ୍ୟରେ ଆଫଗାନିସ୍ତାନରେ ଆକ୍ରମଣ କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର