ଶାଶୂଙ୍କ ପ୍ରତି ଶ୍ରଦ୍ଧା: ପୁଅଙ୍କୁ ଅଟକାଇ ଶାଶୂଙ୍କୁ କାନ୍ଧ ଦେଲେ ୪ ବୋହୂ

ମୁମ୍ବାଇ : ମହାରାଷ୍ଟ୍ରର ବିଡ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅଙ୍କ ପରି ଝିଅମାନେ ମଧ୍ୟ ନିଜ ବାପା ମା’ଙ୍କ ମୃତ୍ୟୁ ପରେ ଶେଷ ସଂସ୍କାର କରୁଛନ୍ତି ଏବଂ ମୁଖାଗ୍ନି ଦେଉଛନ୍ତି। କିନ୍ତୁ ମହାରାଷ୍ଟ୍ରର ବିଡ୍‌ରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୪ ବୋହୂ ସେମାନଙ୍କ ଶାଶୁଙ୍କ ଶେଷ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଶାଶୂଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ନେବା ସହ ସେମାନେ ଶାଶୂଙ୍କ ଶେଷ ସଂସ୍କାର କରିଛନ୍ତି।

ଏହି ବୋହୂମାନେ ହେଲେ ଉଷା ରାଧାକିଷନ୍‌ ନାଇକ୍‌ୱାଡ଼େ, ମନୀଶା ଜଲିନ୍ଦର ନାଇକୱାଡ଼େ, ଲତା ନବନାଥ ନାଇକୱା‌ଡ଼େ ଏବଂ ମୀନା ମହିନ୍ଦ୍ରା ନାଇକ୍‌ୱାଡ଼େ । ସେମାନଙ୍କ ୮୩ ବର୍ଷୀୟା ଶା‌ଶୂଙ୍କ ପରଲୋକ ଘଟିବା ପରେ ବୋହୂମାନେ ଶାଶୂଙ୍କୁ କାନ୍ଧରେ ନେବାକୁ ମନସ୍ଥ କରିଥିଲେ। ୪ ପୁଅ ଯେତେବେଳ ମା’ଙ୍କୁ କାନ୍ଧ ଦେବାକୁ ଯାଇଥି‌ଲେ ସେତେବେଳେ ବୋହୂ ସେମାନଙ୍କୁ ଅଟକାଇବା ସହ ନିଜେ ଶାଶୁଙ୍କୁ କାନ୍ଧ ଦେଇଥିଲେ। ଏଭଳି ଘଟଣା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ କେହି ଏହାର ବିରୋଧ କରିନଥିଲେ। ବୋହୂମାନଙ୍କର ଶାଶୂଙ୍କ ପ୍ରତି ଥିବା ଶ୍ରଦ୍ଧା ଏବଂ ଭଲପାଇବାକୁ ସେମାନେ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର