ଟ୍ରେନ ଟେକିଲେ ହିଁ ଜଣାପଡିବ, ଆମ କ୍ରେନ ଟେକିପାରୁନି ଟ୍ରେନ: ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ

ବାହାନଗା: ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଏଯାବତ ଏହି ଭୟାବହ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି | ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଶନିବାର ଅପରାହ୍ନରେ ଶେଷ ହୋଇଥିବାର ରେଳ ମନ୍ତ୍ରୀ କହିଥିଲେ ବି ଏଯାଏଁ କିଛି ବଗି ଉଠାଯାଇପାରିନାହିଁ । ତେଣୁ ବଗି ଉଠାଗଲେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି |

ବଡ଼କଥା ଯେ ଏବେ ଗୋଟିଏ ପରେ ଗୋଟିଏ ବଗି ଉଠାଯାଉଥିବାବେଳେ ଏହାତଳେ ଚାପି ହୋଇ ରହିଥିବା ମୃତଦେହ ମିଳିବାରେ ଲାଗିଛି | ବିଶେଷ କରି ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଟ୍ରେନ ବଗି ଉଠିପାରିଲେ ହିଁ କହିହେବ ତଳେ କଣ ଅଛି | ବଗି ତଳେ ଯଦି କେହି ରହିଯାଇଥିବେ ଆଶା ନାହିଁ କି ବଞ୍ଚିଥିବେ | ଏତେ ସଂଖ୍ୟକ ମୃତଦେହ ଜୀବନରେ କେବେ ଦେଖିନଥିଲୁ | ବହୁତ ଦୁଃଖ ଲାଗୁଛି, ଚେଷ୍ଟା ଜାରି ରଖିଛୁ | ବିଶେଷ କରି ଗତକାଲିଠାରୁ ଆମେ କ୍ରେନ ଲଗାଇ ଟ୍ରେନ ବଗି ଉଠାଇବାକୁ ଚେଷ୍ଟା କରିଥିଲୁ କିନ୍ତୁ ସଫଳ ହୋଇପାରିନୁ | ଏବେ ରେଳର ଇଂଜିନିୟରମାନେ ଆସି ଟ୍ରେନ ଉଠାଇବାରେ ଲାଗିପଡିଛନ୍ତି | ବଗି ଉଠାଗଲେ ହିଁ ଜଣାପଡିବ |

ସମ୍ବନ୍ଧିତ ଖବର