ଭିସା ଓ ବିଦେଶ ଯାତ୍ରା ଉପରେ କଟକଣା କୋହଳ କଲା ସ୍ଵରାଷ୍ଟ୍ର ମନ୍ତ୍ରାଳୟ

ବିଦେଶରେ ଫସି ରହିଥିବା କେତେକ ଶ୍ରେଣୀର ଦରିଆପାରି ନାଗରିକଙ୍କୁ ଭାରତ ଫେରିବାକୁ ଅନୁମତି

ନୂଆଦିଲ୍ଲୀ: କୋଭିଡ-୧୯ ପରିପ୍ରେକ୍ଷୀରେ ଲାଗୁ ହୋଇଥିବା ଭିସା ଓ ଯାତ୍ରା କଟକଣାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କେତେକାଂଶରେ କୋହଳ କରିଛନ୍ତି । ସେ ଦୃଷ୍ଟିରୁ ବିଦେଶରେ ଫସି ରହିଥିବା କେତେକ ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ପ୍ରଦାନ କରାଯାଇଛି ।
ନିମ୍ନୋକ୍ତ ଓସିଆଇ ଶ୍ରେଣୀର କାର୍ଡଧାରୀମାନଙ୍କୁ ସ୍ଵଦେଶ ଫେରିବା ପାଇଁ ଏହି ଅନୁମତି ମିଳିଛି:
୧. ଓସିଆଇ କାର୍ଡଧାରୀ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ନାବାଳକ ସନ୍ତାନସନ୍ତତି
୨. ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଭଳି ଜଟିଳ ପରିସ୍ଥିତିରେ ସ୍ଵଦେଶ ଫେରିବାକୁ ଇଚ୍ଛୁକ ଓସିଆଇ କାର୍ଡଧାରୀ
୩. ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଓସିଆଇ କାର୍ଡଧାରୀ ଓ ଅନ୍ୟଜଣେ ଭାରତୀୟ ନାଗରିକ ହେବା ସହ ଭାରତରେ ସ୍ଥାୟୀ ବସବାସ କରୁଥିବେ
୪. ଓସିଆଇ କାର୍ଡଧାରୀ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତାପିତା ଭାରତୀୟ ନାଗରିକ ଏବଂ ଭାରତରେ ରହୁଥିବେ
ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତ ୭ ତାରିଖ ଦିନ ଜାରି ଯାତ୍ରା କଟକଣା କୌଣସି ବିମାନ, ଜାହାଜ, ଟ୍ରେନ ବା ଅନ୍ୟ କୌଣସି ଯାନବାହାନ ଯାହାକି ସେମାନଙ୍କୁ ଆଣିବାକୁ ଯିବ ସେମାନଙ୍କ ପ୍ରତି ଏହା ଲାଗୁ ହେବ ନାହିଁ । ଏହାବ୍ୟତୀତ ସେହିଦିନ ଜାରି ଅନ୍ୟାନ୍ୟ କତାକନାଗୁଡିକ ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର