କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ, ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରିବା ପରି ଖବର ପ୍ରସାରଣ କରିପାରିବେ ନାହିଁ ଗଣମାଧ୍ୟମ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପରେ ଦେଶରେ ଖୁସିର ମାହୋଲ ଥିବାବେଳେ ଗଣମାଧ୍ୟମ ଉପରେ ଲାଗିଲା କଟକଣା। ପ୍ରୋଗ୍ରାମ କୋଡ୍‌ ସିଟିଏନ ଆକ୍ଟ ୧୯୯୫ ଅନୁସାରେ ଗଣମାଧ୍ୟମ ଉପରେ କଟକଣା ଲଗାଇଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍‌ ଅପରେଟର ଏବଂ କେବୁଲ ଅପରେଟରମାନେ କୌଣସି ପ୍ରକାର ଦେଶଦ୍ରୋହୀ କିମ୍ବା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବରକୁ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

NEA

କେବୁଲ ଟଭି (ରେଗୁଲେସନ) ୧୯୯୫ ଅନୁସାରେ ବୈଦୁତିକ ଗଣମାଧ୍ୟମ ସଂସ୍ଥାମାନେ ଅଯୋଧ୍ୟା ମାମଲା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଖବର ପ୍ରସାରଣ କରିବେ ଏବଂ ଶୁଣାଣି ହୋଇଥିବା ସମସ୍ତ ତଥ୍ୟ ଆଧାରିତ ଖବର ପ୍ରସାରଣ କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ କୌଣସି ଅର୍ଦ୍ଦସତ୍ୟ କିମ୍ବା ମିଥ୍ୟାପୂର୍ଣ୍ଣ ଖବରକୁ ବାରଣ କରାଯାଇଛି। ସେହିଭଳି ଦେଶାତ୍ମକଭାବନାକୁ କ୍ଷୁର୍ଣ୍ଣ କରୁଥିବା କୌଣସି ଖବରକୁ ପ୍ରୋତ୍ସାହନ ନଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି। ହିଂସାପୂର୍ଣ୍ଣ କିଛି ବି ଘଟଣାବଳୀ କିମ୍ବା କୋର୍ଟ ବିରୁଦ୍ଧାଚରଣ କରୁଥିବା ଖବରକୁ ସ୍ଥାନ ନଦେଇ ଧର୍ମୀୟ ଭାବନାକୁ ବଜାୟ ରଖିବା ପାଇଁ ସମସ୍ତ ଗଣମାଧ୍ୟମ, କେବୁଲ ଟିଭି ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରଣାଳୟ।

ସମ୍ବନ୍ଧିତ ଖବର