ନୂଆଦିଲ୍ଲୀ: ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଲା ପ୍ରତିବନ୍ଧକ । ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ହଟିଛି ପ୍ରତିବନ୍ଧକ ।
ଯଦିଓ ସରକାରୀ ସ୍ତରରେ ଏହାକୁ ନେଇ କୌଣସି ଘୋଷଣା କରାଯାଇନି ମାତ୍ର ବିଭିନ୍ନ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ ।
ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା । ମାତ୍ର ଏବେ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/02/paki-1-2025-07-02-21-17-12.jpg)