ମହିଳାଙ୍କ ଗୋଟିଏ ଟ୍ବିଟ୍‌ ପାଇଁ ଆଜୀବନ ମାଗଣା ଖାଇବା ଅଫର ଦେଇଛି ରେସ୍ତୋରାଁ

ଓ୍ଵାସିଂଟନ୍‌: ଗୋଟିଏ ଟ୍ବିଟ୍‌ ଆମେରିକାର ଜଣେ ମହିଳାଙ୍କ ଭାଗ୍ୟ ଖୋଲି ଦେଇଛି। ମହିଳା ଜଣକ କଲମ୍ବିଆର ଏକ ରେସ୍ତୋରାଁ ଖାଦ୍ୟର ପ୍ରଶଂସା କରି ଏକ ଟ୍ବିଟ୍‌ କରିଥିଲେ। ଘଟଣାଚକ୍ରରେ ଏହି ଟ୍ବିଟ୍‌ ଭାଇରାଲ ହୋଇଯାଇଥିଲା। ଟ୍ବିଟ୍‌ କରିଥିବା ମହିଳାଙ୍କ ନାମ ବ୍ରି ହାଲ ଏବଂ ସେ ଜଣେ ଗାୟିକା। ଶ୍ରୋତା ମହଲରେ ସେ ‘ଲା ହାରା’ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ବ୍ରି ହାଲ ରୋମିଙ୍ଗ ରୋଷ୍ଟର ନାମକ ଏକ ରେସ୍ତୋରାଁରେ ଖାଇବା ପରେ ସେ କରିଥିବା ଟ୍ବିଟ୍‌ ରେସ୍ତୋରାଁର ବ୍ୟବସାୟକୁ ବଢ଼ାଇ ଦେଇଛି। ଏହି ରେସ୍ତୋରାଁର ଫ୍ରାଏଡ ଚିକେନ୍‌ ସ୍ୟାଣ୍ଡଉଇଜ ଖାଇବା ପାଇଁ ଲୋକମାନେ ଲାଇନ୍‌ ଲଗାଉଛନ୍ତି। ହାଲ ନିଜ ଟୁଇଟରେ କହିଥିଲ, ଯଦି ଆପଣ ଡିଏମ୍‌ବି ଅଞ୍ଚଳରେ ରହୁଛନ୍ତି ତେବେ ଡିସିରେ ରୋମିଙ୍ଗ ରୋଷ୍ଟର ରେସ୍ତୋରାଁର ଖାଦ୍ୟ ଅବଶ୍ୟ ଚାଖନ୍ତୁ।

ସମ୍ବନ୍ଧିତ ଖବର