ନୂଆଦିଲ୍ଲୀ: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଯୋଗୀନ୍ଦର ଜସୱନ୍ତ ସିଂ ମଙ୍ଗଳବାର ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଚଣ୍ଡିଗଡ଼ ଠାରେ ମଙ୍ଗଳବାର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସମେତ ଦଳର ଅନ୍ୟ ନେତୃ ବୃନ୍ଦଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ଜେଜେ ସିଂ ଦଳରେ ଯୋଗ ଦେଇଛନ୍ତି। ଶେଖାୱତ ଏବଂ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱନୀ ଶର୍ମା ସିଂଙ୍କୁ ଦଳ ମଧ୍ୟକୁ ସ୍ୱାଗତ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ପୂର୍ବତନ ସେନା ମୁଖ୍ୟ ଜେନେରାଲ ଜେଜେ ସିଂ ବିଜେପିରେ ଯୋଗଦେବା ପୂର୍ବରୁ ଶିରୋମଣି ଅକାଳୀ ଦଳରେ ଥିଲେ ଏବଂ ୨୦୧୮ରେ ଶିରୋମଣି ଅକାଳୀ ଦଳ ଛାଡିଥିଲେ।

ଜେନେରାଲ ଜେ ଜେ ସିଂ ୨୦୧୭ରେ ଶିରୋମଣି ଅକାଳୀ ଦଳରେ ଯୋଗ ଦେଇଥିଲେ ଏବଂ ସେହି ବର୍ଷ ବିଧାନସଭା ନିର୍ବାଚନ ସମୟରେ ପଟିଆଲାରୁ ତତ୍କାଳୀନ କଂଗ୍ରେସ ନେତା ଅମରିନ୍ଦର ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ।
ଅରୁଣାଚଳ ପ୍ରଦେଶର ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିବା ଜେ ଜେ ସିଂ ୨୦୦୫ରେ ସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିବା ପ୍ରଥମ ଶିଖ ଥିଲେ।
ଉଲ୍ଲେଖଯୋଗ୍ୟ, ପଞ୍ଜାବର ୧୧୭ଟି ବିଧାନସଭା ଆସନ ପାଇଁ ଫେବ୍ରୁଆରି ୨୦ରେ ମତଦାନ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ।