ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆମେଥିରେ ଶନିବାରଦିନ ଜଣେ ଅବସରପ୍ରାପ୍ତ ସେନା କ୍ୟାପ୍ଟେନଙ୍କୁ କେତେକ ଦୁର୍ବୁତ୍ତ ପିଟି ମାରିଦେଇଛନ୍ତି । ଘଟଣାଟି ଘଟିଛି ଜିଲ୍ଲାର କାମରୌଲ୍ଲୀ ଥାନା ଅନ୍ତର୍ଗତ ଗୋଡିଆଁ କା ପୂର୍ବା ଗ୍ରାମରେ ।

Advertisment

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ୬୪ ବର୍ଷୀୟ ଅବସରପ୍ରାପ୍ତ ସେନା କ୍ୟାପ୍ଟେନ ଇମାନୁଲ୍ଲା ନିଜ ପତ୍ନୀଙ୍କ ସହିତ ଘରେ ଥିବାବେଳେ କେତେକ ଅଜଣା ଲୋକ ତାଙ୍କ ଘରେ ପ୍ରବେଶ କରି ଲାଠିରେ ତାଙ୍କୁ ପ୍ରବଳ ମାଡ ଦେଇଥିଲେ । ତାଙ୍କ ମୁଣ୍ଡରେ ମାଡ ହେବାରୁ ଘଟଣାସ୍ଥଳରେ ହିଁ ଏହି ସମୟରେ ତାଙ୍କ ପୁତ୍ର ଘରେ ନଥିଲେ । ମୃତ କ୍ୟାପ୍ଟେନଙ୍କ ମର ଶରୀରକୁ ପୁଲିସ ଜବତ କରି ପୋଷ୍ଟମର୍ଟେମ ପାଇଁ ପଠାଇଛି । ଏ ନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ଆମେଥିର ଏଏସପି ଦୟାରାମ । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଡିଜିପିଙ୍କୁ ରିପୋର୍ଟ ମାଗିଛନ୍ତି ।